କନକ ବ୍ୟୁରୋ: ସମାଧି ନେଲା କାର୍ । ଏହି ଖବର ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ଆଉ ଭାବୁଥିବେ ସାମାଧି ତ ସାଧୁ ସନ୍ଥ ନିଅନ୍ତି କିନ୍ତୁ କାର୍ ସମାଧି ନେବା ଘଟଣା ଟିକେ ଆଶ୍ଚର୍ଯ୍ୟ ଲାଗୁଛି । ଏପରି ଅଜିବ୍ ଗରିବ ଖବର ଦେଖିବାକୁ ମିଳିଛି ଗୁଜୁରାଟର ଅମ୍ରେଲିରେ । ଏଠାକାର ଏକ ପରିବାର ନିଜର ଲକି କାର୍ ର ଅନ୍ତିମ ସଂସ୍କାର କରିଛନ୍ତି । ୧୦ ଫୁଟର ଗାତ ଖୋଳି ବିଧି ବିଧାନର ସହ କାର୍ କୁ ଅନ୍ତିମ ସଂସ୍କାର ଦେଇଛନ୍ତି । ଆଉ ଏହାପରେ ୧୫୦୦ ଲୋକଙ୍କୁ ଭୋଜି ମଧ୍ୟ ଦେଇଥଲେ । କାର୍ ର ଅନ୍ତିମ ସଂସ୍କାରଠୁ ଆରମ୍ଭ କରି ଭୋଜିଭାତ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ୪ ଲକ୍ଷ । ଏହି ଅନ୍ତିମ ସଂସ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସୂଚନାମୁତାବକ, ପନ୍ଦରସିଙ୍ଗା ଗାଁରେ ସଞ୍ଜୟ ପୋଲାରା ଏବଂ ତାଙ୍କ ପରିବାର ଦ୍ୱାରା ଆୟୋଜିତ ଗାଡିର ଅନ୍ତିମ ସଂସ୍କାର ସମାରୋହରେ ସନ୍ଥ ଏବଂ ଆଧ୍ୟାତ୍ମିକ ଗୁରୁ ମାନଙ୍କ ସହିତ ପାଖାପାଖି ଦେଢ ହଜାର ଲୋକ ସାମିଲ ହୋଇଥିଲେ ।
ତେବେ ଭାଇରାଲ ହେଉଥିବା ଭିଡିଓରେ ପୋଲାରା ଏବଂ ତାଙ୍କ ପରିବାରର ଚାଷ ଜମିରେ ଅନ୍ତିମ ସଂସ୍କାରର ସମସ୍ତ ରିତିନିତି କରାଯାଉଥିବାର ଦେଖାଯାଇଛି । ୧୨ ବର୍ଷୀୟ ୱାଗନ କୁ ଫୁଲରେ ସଜା ଯାଇ ଗାଡିକୁ ଧିରେ ଧିରେ ଚଲେଇ ଖୋଳା ହୋଇଥିବା ଗର୍ତ୍ତରେ ପହଞ୍ଚାଯାଇଥିଲା । ଏହାପରେ ଗାଡିକୁ ନିଳ ରଙ୍ଗର କପଡାରେ ଘୋରା ଯାଇଥିଲା । ତାପରେ ପରିବାର ସଦସ୍ୟ ପୂଜା କରିବା ସହ ପୂଜାରୀଙ୍କ ଦ୍ୱାରା ମନ୍ତ୍ର ଉଚ୍ଚାରଣ କରାଯା ଗାଡି ଉପରେ ଗୋଲାପ ପାଖୁଡା ବୃଷ୍ଟି କରାଯାଇଥିଲା । ଶେଷରେ କାର୍ କୁ ମାଟି ଦେଇଥିଲେ ପରିବାର ସଦସ୍ୟ । ଗାଡିକୁ ପୋତିବା ପାଇଁ ଏକ ମେସିନ୍ ର ମଧ୍ୟ ବ୍ୟବହାର କରାଯାଇଥିଲା । ଏ ସମ୍ପର୍କରେ ଗାଡି ମାଲିକ କହିଛନ୍ତି କିଛି ଭିନ୍ନ କରିବାକୁ ଇଛା ଥିଲା । ଆସନ୍ତା ପିଢି ଏହି କାର୍ କୁ ମନେ ରଖିବେ ଏଇଥିପାଇଁ ଯେ, ଏହି ଗାଡି ପରିବାର ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇଛି ।
ଏହି ଗାଡିକୁ ୧୨ ବର୍ଷ ପୂର୍ବରୁ କିଣିଥିଲି । ଏହାକୁ କିଣିବା ପରେ ପରିବାରରେ ସୁଖଶାନ୍ତି ଆସିବା ସହ ବ୍ୟବସାୟରେ ସଫଳତା ମିଳିଥିଲା । ଏହା ପରେ ମୋ ପରିବାକୁ ସମ୍ମାନ ମିଳିଲା । ଏହି ଗାଡି ମୋ ପାଇଁ ଏବଂ ମୋ ପରିବାର ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇଛି । ତେଣୁ ଏହାକୁ ବ୍ରିକ୍ରୀ କରିବା ପରିବର୍ତ୍ତେ ଏହାକୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜ ଚାଷ ଜମିରେ ସମାଧି ଦେଇଦେଲୁ । ଆସନ୍ତା ପିଢି ମନେ ରଖିବା ଉଦ୍ଦେଶ୍ୟରେ ସମାଧି ସ୍ଥଳରେ ଏକ ଗଛ ଲଗାଇବାର ଯୋଜନା ମଧ୍ୟ ଅଛି । ଗାଡିର ଅନ୍ତିମ ସଂସ୍କାରର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।