ଚର୍ଚ୍ଚାରେ ଆକ୍ରାମ୍‌-ରୋହିତଙ୍କ ଆଲିଙ୍ଗନ

Advertisment

ରବିବାର ଟସ୍‌ ସମୟରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇନଥିଲେ। କିନ୍ତୁ ପଡ଼ିଆ ବାହାରେ ଏହାର ଏକ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ରବିବାର ଟସ୍‌ ସମୟରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇନଥିଲେ। କିନ୍ତୁ ପଡ଼ିଆ ବାହାରେ ଏହାର ଏକ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥିଲା ।

Rohit-Akram

କନକ ବ୍ୟୁରୋ: ଭାରତ-ପାକିସ୍ତାନ ମ୍ୟାଚ୍‌ ସମୟରେ ଉଭୟ ଦଳର ଅଧିନାୟକ କିମ୍ବା ଖେ​ଳାଳି ମାନେ ହାତ ମିଶାଇନଥିଲେ । ଏହା ସହିତ କ୍ରିକେଟ୍‌ ପଡ଼ିଆରେ ପୁଣି ଥରେ ପ୍ରତିଫଳିତ ହୋଇଥିଲା ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା । କିନ୍ତୁ ପଡ଼ିଆ ବାହାରେ ଏହାର ଏକ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥିଲା । ପାକିସ୍ତାନର ମହାନ ବୋଲର୍‌ ଓ୍ବାସିମ୍‌ ଆକ୍ରାମ୍‌ ଓ ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ପରସ୍ପରକୁ ଆଲିଙ୍ଗନ କରୁଥିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ବେଶ ଭାଇରାଲ୍‌ ହୋଇଛି । ଆକ୍ରାମ୍‌ କେବଳ ରୋହିତ ଶର୍ମା ନୁହନ୍ତି , ଆଇସିସି ସିଇଓ ସଂଯୋଗ ଗୁପ୍ତାଙ୍କୁ ମଧ୍ୟ ଆଲିଙ୍ଗନ କରିଥିଲେ । ଏହି ଭିଡିଓ ଭାଇରାଲ୍‌ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି । ଜଣେ ପ୍ରସଂଶକ ଲେଖିଛନ୍ତି, କ୍ରିକେଟ୍‌ ଏପରି ହେବା ଉଚିତ୍‌ । ଜଣେ ପାକିସ୍ତାନୀ ପ୍ରସଂଶକ ଲେଖିଛନ୍ତି ଯେ ଖେଳ ଯୋଡ଼ିଥାଏ, ଭାଙ୍ଗିନଥାଏ । ରୋହିତ ଶର୍ମା ଓ ଆକ୍ରାମ ଦେଖାଇଦେଲେ ଯେ ଅସଲ କ୍ରୀଡ଼ାଭାବନା କଣ ହୋଇଥାଏ । ତେବେ ଆଉ ଜଣେ ଲେଖିଛନ୍ତି ଯେ ଆକ୍ରାମ ଜଣେ ଭାଷ୍ୟକାର ଭାବେ ଯାଇଥିଲେ ଓ ରୋହିତ ବିଶ୍ବକପ୍‌ର କ୍ରିକେଟ୍‌ର ଜଣେ ଶୁଭେଚ୍ଛା ଦୂତଭାବେ ଯାଇଥିଲେ । ଦୁଇ ମହାନ ଖେଳାଳି ହାତ ମିଳାଇବା କିପରି ଏକ ଖବର ହୋଇପାରେ? କିନ୍ତୁ ଏହା ସତ ଯେ କ୍ରିକେଟ୍‌ ଏବେ ଏହି ସ୍ତରରେ ପହଞ୍ଚିଯାଇଛି ।

ରବିବାର ଟସ୍‌ ସମୟରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇନଥିଲେ । ଏପରିକି ଉଭୟ ପରସ୍ପରକୁ ଦେଖି ହସି ମଧ୍ୟ ନ ଥିଲେ । ଏହା ସହିତ ଗତ ବର୍ଷ ଏସିଆ କପ୍‌ରୁ ଆରମ୍ଭ ହୋଇଥିବା ଏକ ବହୁ ବିତର୍କିତ ପରମ୍ପରା ଜାରି ରହିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe