କନକବ୍ୟୁରୋ : ମୃତ୍ୟୁ ବି ଏମିତି ଆସେ । ସିଙ୍ଗାପୁରରେ ସ୍କୁବା ଡ୍ରାଇଭିଂ କରୁଥିଲେ , ଆଉ ଅଚାନକ ଜୀବନ ଚାଲିଗଲା । ସ୍କୁବା ଡ୍ରାଇଭିଂ କରୁଥିବା ସମୟରେ ଦୁର୍ଘଟଣା ଘଟି ଆସାମାର ଲୋକପ୍ରିୟ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ୫୨ ବର୍ଷ ବୟସ ହୋଥିଲେ । ଶୁକ୍ରବାର ଦୁର୍ଘଟଣା ଘଟିବା ପରେ ସିଙ୍ଗାପୁର ପୋଲିସ ଜୁବିନ୍ ଙ୍କୁ ସମୁଦ୍ରରୁ ବାହାର କରାଯାଇଥିଲା ।
ତା ପରେ ଜୁବିନ୍ ଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସିଙ୍ଗାପୁରରେ ଏକ କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ ପାଇଁ ଜୁବିନ୍ ସେଠାକୁ ଯାଇଥିଲେ । ଅହମୀୟା, ବଙ୍ଗାଳୀ , ହିନ୍ଦୀ ସମେତ ୩୦ରୁ ଅଧିକ ଭାଷାରେ ଗୀତ ଗାଇ ଲୋକଙ୍କ ବେଶ ପସନ୍ଦ ପାଲଟିଯାଇଥିଲେ ଜୁବିନ୍ । ଇମ୍ରାନ ହାସୀମଙ୍କ ଗ୍ୟାଙ୍ଗଷ୍ଟର ସିନେମାର ଗୀତ ୟା ଅଲ୍ଲୀ ଗୀତ ତାଙ୍କ କ୍ୟାରିୟରରେ ଏକ ଟର୍ଣ୍ଣିଂ ପଏଣ୍ଟ ଆଣିଥିଲା । ତାଙ୍କ ମୃତ୍ୟୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଆସାମର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି