କନକ ବ୍ୟୁରୋ: ଅପରେସନ ସିନ୍ଦୂରକୁ ନେଇ ସାମ୍ୱାଦିକ ସମ୍ମିଳନୀ । କହିଲେ, ଭାରତର ସୀମା ଟପି ପାରିଲେନି ପାକ ବିମାନ । ଭାରତର ସୀମାରେ ରହି ମୁହଁତୋଡ଼ ଜବାବ ଦେଲୁ । ଆମେ ଆମର ମିଶନ ପୂରା କରିଛୁ । ଭବିଷ୍ୟତର ମିଶନ ପାଇଁ ଆମେ ପ୍ରସ୍ତୁତ । ଆମେ ଯେତେବେଳେ ଚାହିଲେ ଆକ୍ରମଣ କରିପାରିବୁ । ଭବିଷ୍ୟତରେ ଭାରତର ଆକ୍ରମଣ ଭିନ୍ନ ଧରଣର ହେବ । ଭାରତର ସୈନ୍ୟ ଶିବିର ଉପରେ ଆକ୍ରମଣ ଅସମ୍ଭବ । ଭାରତୀୟ ନୌସେନା ପାକିସ୍ତାନକୁ ଡରାଇ ରଖିଥିଲେ । ଶତ୍ରୁ ଜାହାଜକୁ ପାଖକୁ ଆସିବାକୁ ଦିଆଗଲାନି । ଆରବ ସାଗରରେ ତୀକ୍ଷଣ ରଖିଥିଲା ନୌସେନା ।
ଏୟାର ମାର୍ଶଲ ଏକେ ଭାରତୀଙ୍କ ସୂଚନା । କହିଲେ, ଆମ ଲଢେଇ ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ । କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା । ପାକ୍ ପ୍ରତିବାଦ କରିବାକୁ ଜବାବ ଜରୁରୀ ଥିଲା । ଆତଙ୍କୀ ଉପରେ ଆକ୍ରମଣକୁ ପାକ୍ ନିଜ ଉପରକୁ ନେଇଗଲା । ପାକକର ଡ୍ରୋନ ଆକ୍ରମଣକୁବ ପଣ୍ଡ କରିଛି ସେନା ।
ପାକ୍କୁ ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । ଚୀନର ମିସାଇଲକୁ ଆମେ ଆକାଶରେ ନଷ୍ଟ କରିଛୁ । ପାକିସ୍ତାନର ପିଏଲ-୧୫କୁ ମାରି ଖସାଇଦେଲୁ । ଚୀନ କ୍ଷେପଣାସ୍ତ୍ର ଓ ଡ୍ରୋନକୁ ନଷ୍ଟ କରାଗଲା । ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସହ ଅଛନ୍ତି । ଭାରତର ଏୟାର ଡିଫେନ୍ସ ପ୍ରାଚୀର ଭଳି ଛିଡ଼ା ହୋଇଥିଲା । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିଥିଲା ।
ପାକିସ୍ତାନର ଆକ୍ରମଣକୁ ପଣ୍ଡ କଲା ଭାରତ । ମେ ୯ ଓ ୧୦ରେ ହୋଇଥିବା ଆକ୍ରମଣକୁ ପଣ୍ଡ କଲା ସେନା । ଆତଙ୍କବାଦୀଙ୍କ ଉପରେ ଆମେ ସଠିକ ଆକ୍ରମଣ କରିଛୁ । ଆମେ ସୀମା ନଡେଇଁ ସାମରିକ କାର୍ଯ୍ୟାନୁଷ୍ଠାନ ନେଲୁ । ପାକ୍ ଏୟାରବେସ ଉପରେ ଆକ୍ରମଣ ଭିଡିଓ ଜାରି କଲୁ । ଭାରତର ସମସ୍ତ ଏୟାରବେସ ସୁରକ୍ଷିତ ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/12/fKigNJDIKtv0AXuPGTVk.jpg)