କନକ ବ୍ୟୁରୋ: ସଂଧ୍ୟା ୫ଟା ଯାଏଁ ୭ ଜିଲ୍ଲାକୁ ସତର୍କତା । ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା । ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ , ଯାଜପୁର , ଗଞ୍ଜାମ, ଖୋର୍ଦ୍ଧା ପାଇଁ ସତର୍କତା । ସତର୍କ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଲାଗି ରହିଥିବାବେଳେ ବର୍ଷା ନେଇ ଆଶ୍ବସ୍ତି ମିଳିଛି ।
ଦିନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୩୮ ଡିଗ୍ରି ରେକର୍ଡ । ସେହିପରି ଝାରସୁଗୁଡ଼ାରେ ବି ୩୮ ଡିଗ୍ରି, ହୀରାକୁଦରେ ୩୭.୬ ଡିଗ୍ରି, ଚାନ୍ଦବାଲିରେ ୩୬.୪ ଡିଗ୍ରି, ପୁରୀରେ ୩୬ ଡିଗ୍ରି, ରାଉରକେଲାରେ ୩୫.୬ ଡିଗ୍ରି, ବାଲେଶ୍ବରରେ ୩୫ ଡିଗ୍ରି ଏବଂ ଭୁବନେଶ୍ବରରେ ୩୫.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଆର୍ଦ୍ରତା ୬୮.୪% ରେକର୍ଡ ହୋଇଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆର୍ଦ୍ରତା ଅଧିକ ଥିବା କାରଣରୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି ।