କନକ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପଙ୍କୁ ଜାତିସଂଘରେ ଥିବା ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକି ହାଲେଙ୍କ ଚେତାବନୀ ।  ଆମେରିକା-ଭାରତ ସମ୍ପର୍କ ଭୁଶୁଡ଼ିବାକୁ ଯାଉଛି। ଚୀନ ପରି ଭାରତ ଶତ୍ରୁରାଷ୍ଟ୍ର ନୁହେଁ। ଯଦି ଆମେରିକା ଚୀନର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାକୁ ରୋକିବାକୁ ଚାହେଁ, ତେବେ ତାକୁ ଭାରତ ସହିତ ସମ୍ପର୍କ ରକ୍ଷାକୁ ପ୍ରାଥମିକତା ଦେବାକୁ ପଡ଼ିବ। ନ୍ୟୁଜୱିକ୍‌ରେ ଏକ ଲେଖାରେ ହେଲି ଲେଖିଛନ୍ତି ଯେ, ଆମେରିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାକୁ ଅଣଦେଖା କରିବା ଉଚିତ୍ ନୁହେଁ।  ଆମର ଟାର୍ଗେଟ୍ ହେଉଛି ଚୀନ୍। ଚୀନର ସମ୍ମୁଖୀନ ହେବା ପାଇଁ ଆମେରିକା ପାଖରେ ଭାରତ ଭଳି ଜଣେ ବନ୍ଧୁ ରହିବା ଉଚିତ। ହାଲେଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି, ଯେତେବେଳେ ବାଣିଜ୍ୟ ବିବାଦ ଏବଂ ରୁଷୀୟ ତୈଳ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। 

Advertisment

‘ଭାରତ ସହ ସମ୍ପର୍କ ଖରାପ କରନି’
‘ଚୀନକୁ ରୋକିବା ପାଇଁ ଭାରତ ଜରୁରୀ’
ଜାତିସଂଘରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକି ହାଲେଙ୍କ ଚେତାବନୀ
ଆମେରିକା-ଭାରତ ସମ୍ପର୍କ ଭୁଶୁଡ଼ିବାକୁ ବସିଛି
ଚୀନର ଆକାଂକ୍ଷାକୁ ରୋକିବାକୁ  ପଡ଼ିବ
ଭାରତ ସହିତ ସମ୍ପର୍କକୁ ପ୍ରାଥମିକତା ଦେବାକୁ ପଡ଼ିବ
ନ୍ୟୁଜୱିକ୍‌ରେ ହାଲେଙ୍କ ଲେଖାକୁ ନେଇ ଚର୍ଚ୍ଚା
ଆମେରିକାର ଭାରତ ବିରୋଧୀ ଟାରିଫ୍ ନୀତିକୁ ହାଲେଙ୍କ ନାପସନ୍ଦ  
ଭାରତକୁ ଆମେରିକାର ଗୁରୁତ୍ବପୂର୍ଣ୍ଣ ବନ୍ଧୁ କହିଛନ୍ତି ହାଲେ 
ଭାରତ ସହ ଆମେରିକା ସମ୍ପର୍କ ଖରାପ କରିବା ଉଚିତ୍ ନୁହେଁ
ଚୀନର ପ୍ରଭାବ ରୋକିବାର କ୍ଷମତା ଭାରତର ଅଛି
ଭାରତ ସହ ଶତ୍ରୁ ପରି ବ୍ୟବହାର କରିବା ବଡ଼ ଭୁଲ ହେବ