ସୁପର-୮ ପୂର୍ବରୁ ସତର୍କ ଘଣ୍ଟି, ପଦାରେ ପଡ଼ିଲା ଦୋଷ ଦୁର୍ବଳତା

Advertisment

ସେହିଭଳି ଅନ୍ୟତମ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟାଙ୍କ ପାଳିକୁ ମଧ୍ୟ ପ୍ରଶଂସା କରିଛନ୍ତି ସେ। ସୂର୍ଯ୍ୟ କହିଛନ୍ତି, ଦୁବେ ରନ୍‌କୁ ଫେରିବା ଆମ ପାଇଁ ଭଲ କଥା। ଆଗକୁ ଆମେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇପାରୁ।

ସେହିଭଳି ଅନ୍ୟତମ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟାଙ୍କ ପାଳିକୁ ମଧ୍ୟ ପ୍ରଶଂସା କରିଛନ୍ତି ସେ। ସୂର୍ଯ୍ୟ କହିଛନ୍ତି, ଦୁବେ ରନ୍‌କୁ ଫେରିବା ଆମ ପାଇଁ ଭଲ କଥା। ଆଗକୁ ଆମେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇପାରୁ।

team

team Photograph: (KanakNews)

କନକ ବ୍ୟୁରୋ: ଲିଗ୍‌ ପର୍ଯ୍ୟାୟର ଚାରିଟିରୁ ଚାରିଟି ମ୍ୟାଚ୍‌ ଜିତି ଭାରତୀୟ କ୍ରିକେଟ୍‌ ଦଳ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ପର୍ଯ୍ୟାୟକୁ ଅପରାଜେୟ ଭାବେ ଯାଇଛି। ଗତ ଚାରିଟି ଯାକ ମ୍ୟାଚ୍‌ରେ ଫଳାଫଳ ଭାରତ ସପକ୍ଷରେ ଯାଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ ସୂର୍ଯ୍ୟକୁମାର ସେନାଙ୍କ ଦୋଷ ଦୁର୍ବଳତା ପଦାରେ ପଡ଼ିଛି। ଯୁବ ଓପନର୍‌ ଅଭିଷେକ ଶର୍ମାଙ୍କ ଲଗାତାର ବିଫଳତା ଦଳ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି। ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଅଭିଷେକ ଆଶ୍ଚର୍ଯ୍ୟଜନକ ଭାବେ ଲଗାତାର ତିନିଟି ମ୍ୟାଚ୍‌ରେ ଖାତା ଖୋଲିପାରି ନାହାନ୍ତି । ସେହିଭଳି ନେଦରଲାଣ୍ଡ୍‌ସ ଭଳି ଦଳ ବିପକ୍ଷରେ ଭାରତୀୟ ବୋଲର୍‌ମାନେ ରନ୍ ରୋକିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ କିନ୍ତୁ ଏଥିନେଇ ବିଶେଷ ଚିନ୍ତିତ ନାହାନ୍ତି। ବରଂ ନେଦରଲାଣ୍ଡ୍‌ସ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ଅଲରାଉଣ୍ଡର୍‌ ତଥା ମଧ୍ୟକ୍ରମ ବ୍ୟାଟର୍‌ ଶିବମ ଦୁବେ ଫର୍ମକୁ ଫେରିବା ଦଳ ପାଇଁ ଶୁଭ ଶଙ୍କେତ ବୋଲି କହିଛନ୍ତି। 

ସେହିଭଳି ଅନ୍ୟତମ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟାଙ୍କ ପାଳିକୁ ମଧ୍ୟ ପ୍ରଶଂସା କରିଛନ୍ତି ସେ। ସୂର୍ଯ୍ୟ କହିଛନ୍ତି, ଦୁବେ ରନ୍‌କୁ ଫେରିବା ଆମ ପାଇଁ ଭଲ କଥା। ଆଗକୁ ଆମେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇପାରୁ। ଏହା ହେଲେ ମଧ୍ୟକ୍ରମ ପାଳି ସମ୍ଭାଳି ନେବ ବୋଲି ଭରସା ରହିଛି। ସୂଚନଯୋଗ୍ୟ ଯେ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୨୦୨୧ ସଂସ୍କରଣ ଛାଡ଼ି ଅନ୍ୟ ସବୁ ସଂସ୍କରଣର ସୁପର-୮ ବା ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଯାଇଛି। ୨୦୨୧ରେ ଭାରତୀୟ ଦଳ ସୁପର-୧୨ରୁ ବିଦାୟ ନେଇଥିଲା। ସେପଟେ ଅଭିଷେକଙ୍କ ଲଗାତାର ବିଫଳତା ବୈଷୟିକ ସମସ୍ୟା ପରିବର୍ତ୍ତେ ମାନସିକ ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ କହିଛନ୍ତି। ଅଭିଷେକଙ୍କୁ ଚାପ ଭୁଲି ପ୍ରଥମେ କ୍ରିଜ୍‌ରେ କିଛି ସମୟ କଟାଇବା ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି କହିଛନ୍ତି ସେ। ଭାରତ ସବୁଠୁ ଖରାପ ‘କ୍ୟାଚିଂ’ ଦଳ ।

ଆହୁରି ପଢ଼ନ୍ତୁ... ପାକିସ୍ତାନୀ କ୍ରିକେଟର୍‌ ଇମଦଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ

ଭାରତୀୟ ଦଳର ଆଉ ଏକ ଦୁର୍ବଳତା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ବରୁଣ ଆରୋନ। ଗ୍ରୁପ୍‌ ପର୍ଯ୍ୟାୟର ଅରାଜେୟ ଧାରା ସତ୍ତ୍ବେ ଭାରତ ଏପର୍ଯ୍ୟନ୍ତ ଅନ୍ୟୂନ ୯ଟି ସହଜ କ୍ୟାଚ୍‌ ହାତଛଡ଼ା କରିଛି। ସୁପର-୮ ପର୍ଯ୍ୟାୟକୁ ଯାଇଥିବା ଦଳଗୁଡ଼ିକ ମଧ୍ୟରେ ଏହା ସମ୍ଭବତଃ ସର୍ବାଧିକ। ଏହି ଦିଗ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦେଇ ଆରୋନ କହିଛନ୍ତି, କ୍ୟାଚ୍‌ ଗଳିବା ବହୁତ ବଡ଼ ସମସ୍ୟା। ଗତ ୧୨ରୁ ୧୮ ମାସ ଭିତରେ ଭାରତ ସମ୍ଭବତଃ ବିଶ୍ବର ସବୁଠୁ ଖରାପ ‘କ୍ୟାଚିଂ’ ଦଳ। ଅର୍ଥାତ୍‌ ଅନ୍ୟ ଦଳଗୁଡ଼ିକଠାରୁ ଢେର ଅଧିକ କ୍ୟାଚ୍‌ ହାତଛଡ଼ା କରିଛନ୍ତି ଭାରତୀୟ କ୍ରିକେଟ୍‌ ଖେଳାଳି। 

ଏହି ସମୟ ଭିତରେ ଭାରତୀୟ ଦଳର କ୍ୟାଚ୍‌ ନେବା ସଫଳତା ୭୦ ପ୍ରତିଶତରୁ ବି କମ୍‌ ରହିଛି। ପ୍ରତି ମ୍ୟାଚ୍‌ରେ ସେମାନେ ୨ରୁ ୩ଟି କ୍ୟାଚ୍‌ ଛାଡ଼ୁଛନ୍ତି। ଆଶା କରୁଛି ସୁପର-୮ ପର୍ଯ୍ୟାୟରେ ସେମାନେ ଏହି ତ୍ରୁଟି ସୁଧାରି ନେବେ। ଭାରତୀୟ ଦଳ ବୁଧବାରର ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ରେ ଏହି ଦଳର ବ୍ୟାଟର୍‌ ଯଚ୍‌ ଲିଅନ ଚାତେଙ୍କୁ ଦୁଇଟି ଜୀବନ ଦାନ ଦେଇଥିଲା। ଅନ୍ୟ ପ୍ରତିପକ୍ଷ ବ୍ୟାଟର୍‌ଙ୍କ ଏକାଧିକ କ୍ୟାଚ୍‌ ମଧ୍ୟ ଭାରତୀୟ ଖେଳାଳି ଛାଡ଼ି ଦେଇଥିଲେ। ଫଳରେ ଦୁର୍ବଳ ଓ ନବାଗତ ନେଦରଲାଣ୍ଡ୍‌ସ ୧୯୪ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୭୬ ରନ୍‌ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କ୍ୟାଚ୍‌ ଛାଡ଼ିବାରେ ଭାରତ କେବଳ ଆୟର୍ଲାଣ୍ଡ (୧୦)ପଛକୁ ଦ୍ବିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe