france Photograph: (kanaknews)
କନକବ୍ୟୁରୋ : ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ୟାରିସ୍ରେ ପହଞ୍ଚିବା ପରେ ରାଷ୍ଟ୍ରପତି ମାକ୍ରୋନ୍ଙ୍କ ଡିନର ପାର୍ଟିରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିବା ପରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ୟାରିସର ଓର୍ଲି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଥିଲା ।
ମୋଦୀଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଆନ୍ ଲେକୋର୍ଣ୍ଣୁ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବା ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି ସମ୍ମିଳନୀରେ ଭାରତ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିବ। ଏହା ବିଶ୍ବନେତା ଏବଂ ବିଶ୍ବର ବୈଷୟିକ କ୍ଷେତ୍ରର ସିଇଓମାନଙ୍କ ସମାବେଶ ।
ବୈଠକ ପରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରାନ୍ସ ରାଷ୍ଟ୍ରପତି ଭାରତ-ଫ୍ରାନ୍ସ ରଣନୈତିକ ଭାଗୀଦାରି ପାଇଁ ଅଗ୍ରଗତିର ସମୀକ୍ଷା କରିବେ । ଏହାପରେ ମାର୍ସେଲିରେ ରାଜ୍ୟଗୋଷ୍ଠୀ ଯୁଦ୍ଧ ଗ୍ରେଭ୍ସ କମିଶନ ଦ୍ୱାରା ପରିଚାଳିତ ମଜାର୍ଗେସ୍ ଯୁଦ୍ଧ କବରସ୍ଥାନ ପରିଦର୍ଶନ କରି ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାଣ ବଳି ଦେଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି । ୧୩ ତାରିଖରେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଯିବେ ।
Follow Us