ଇସ୍ରାଏଲ-ଇରାନ ଘମାଘୋଟ ଲଢ଼େଇ ; ଦୁଇ ଦେଶର ଅହେତୁକ କ୍ଷତି

ଘମାଘୋଟ ହେଉଛି ଇସ୍ରାଏଲ-ଇରାନ ଯୁଦ୍ଧ । ବିମାନ ଓ ଡ୍ରୋନକୁ ଆକାଶରେ ଧ୍ବଂସ କରୁଛି ଇସ୍ରାଏଲ । ୯ ଦିନରେ ୮ଜଣ ଇରାନୀ କମାଣ୍ଡରଙ୍କୁ ହତ୍ୟା । 

War

କନକ ବ୍ୟୁରୋ: ଇସ୍ରାଏଲ ଓ ଇରାନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ଦୁଇଦେଶ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ନବମ ଦିନରେ ଜାରି ରହିଛି ଇରାନ-ଇସ୍ରାଏଲ ଯୁଦ୍ଧ । ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛନ୍ତି । ଦୁଇ ଦେଶରେ ଅନେକ କ୍ଷତି ହୋଇସାରିଲାଣି । ଯୁଦ୍ଧରେ ଶହଶହ ଲୋକ  ପ୍ରାଣ ହରାଇଛନ୍ତି । ଇରାନର କୋମ୍ ଏବଂ ଇସ୍ଫାହାନ୍ ସହର ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି । ଗତ ୬୦ ଘଣ୍ଟା ଧରି ଇରାନରେ ଇଣ୍ଟରନେଟ୍ ସେବା ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଇଣ୍ଟରନେଟ୍ ମନିଟରିଂ ସଂଗଠନ ନେଟବ୍ଲକ୍ସ ଏହି ସୂଚନା ଦେଇଛି । ଡ୍ରୋନ୍ ଆକ୍ରମଣର ସତର୍କତା ଯୋଗୁଁ ଦକ୍ଷିଣ ଇସ୍ରାଏଲର ଆରାଭା ଅଞ୍ଚଳର ଅନେକ ଅଞ୍ଚଳରେ ସାଇରନ୍ ବାଜିଥିଲା । ପ୍ରାରମ୍ଭରେ ଜୁକିମ୍ ଅଞ୍ଚଳରେ ସାଇରନ୍ ବାଜିଥିଲା, ତା’ପରେ ଆଖପାଖର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସତର୍କତା ଜାରି କରାଯାଇଥିଲା । 


ଏପଟେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖମେଇନୀ ଇସ୍ରାଏଲର ହତ୍ୟା ଧମକ ମଧ୍ୟରେ ସମ୍ଭାବ୍ୟ ଉତ୍ତରାଧିକାରୀ ମନୋନୀତ କରିଛନ୍ତି । ଇସ୍ରାଏଲରୁ  ହତ୍ୟା ଧମକ ମଧ୍ୟରେ, ଖେମନେଇ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବେ ତିନି ଜଣ ବରିଷ୍ଠ ଧର୍ମଗୁରୁଙ୍କୁ ମନୋନୀତ କରିଛନ୍ତି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ଖେମନେଇଙ୍କ  ପୁଅ ମୋଜତାବା ଖମେଇନୀ ଏହି ତାଲିକାରେ ନାହାନ୍ତି । ୮୬ ବର୍ଷୀୟ ଖେମନେଇ ଇସ୍ରାଏଲର ଆକ୍ରମଣରେ ନିଜ ଜୀବନ ପ୍ରତି ବିପଦ ଅନୁଭବ କରି ଏକ ବଙ୍କରରେ ଆଶ୍ରୟ ନେଇଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe