ଯୁଦ୍ଧ ପାଇଁ ଘର ଛାଡି ପଳାଉଛନ୍ତି ଲୋକେ ; ଲେବାନନ୍ ଉପରେ ଘନଘନ ଆକ୍ରମଣ କରୁଛି ଇସ୍ରାଏଲ

ଯୁଦ୍ଧ ପାଇଁ ଘର ଛାଡି ପଳାଉଛନ୍ତି ଲୋକେ ; ଲେବାନନ୍ ଉପରେ ଘନଘନ ଆକ୍ରମଣ କରୁଛି ଇସ୍ରାଏଲ । ଲେବାନନରେ ମୃତ୍ୟୁସଂଖ୍ୟା ୫୫୮କୁ ବୃଦ୍ଧି । ଭୟରେ ଘର ଛାଡୁଛନ୍ତି ହଜାର ହଜାର ଲୋକେ । ସେପଟେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି ଇରାନ । ୨୦୦୬ ପରେ ଇସ୍ରାଏଲ । ହେଜବୁଲ୍ଲା ମଧ୍ୟରେ ସବୁଠାରୁ ଭୟଙ୍କର ଆକ୍ରମଣ ।

14000000

କନକ ବ୍ୟୁରୋ: ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ। ଲେବାନନରେ ମୃତ୍ୟୁସଂଖ୍ୟା ୫୫୮କୁ ବୃଦ୍ଧି । ଭୟରେ ଘର ଛାଡୁଛନ୍ତି ହଜାର ହଜାର ଲୋକେ। ସୋମବାର ଲେବାନନରେ ଇସ୍ରାଏଲ ସେନାର ଭୟଙ୍କର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୫୫୮ରେ ପହଞ୍ଚିଛି । ଏଥିରେ ୯୪ ଜଣ ମହିଳା ଓ ୫୦ଜଣ ଶିଶୁ ଥିବା ବେଳେ ୧୬୪୫ ଜଣ ଆହତ ହୋଇଛନ୍ତି । ୨୦୦୬ ରେ ଇସ୍ରାଏଲ-ହେଜବୁଲ୍ଲା ଯୁଦ୍ଧ ପରେ ଏହା ସବୁଠାରୁ ଭୟଙ୍କର ଆକ୍ରମଣ । କିଛିଦିନ ତଳେ ଇସ୍ରାଏଲ ସେନା ଦକ୍ଷିଣ ଏବଂ ପୂର୍ବ ଲେବାନନର ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ଚେତାବନୀ ଦେଇଥିଲା । ଏହା ପରେ ହଜାର ହଜାର ଲେବନାନ ନାଗରିକ ଦକ୍ଷିଣକୁ ପଳାୟନ କରିବା ଆରମ୍ଭ କରିବା ଫଳରେ ଦକ୍ଷିଣ ବନ୍ଦର ସହର ସିଡୋନରୁ ବେରୁତ ପର୍ଯ୍ୟନ୍ତ ମୁଖ୍ୟ ରାଜପଥରେ ଟ୍ରାଫିକ୍ ଜାମ୍ ହୋଇଯାଇଛି। 

କିଛିଦିନ ତଳେ ଇସ୍ରାଏଲ ସେନା ଦକ୍ଷିଣ ଏବଂ ପୂର୍ବ ଲେବାନନର ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ଚେତାବନୀ ଦେଇଥିଲା। ଏହା ପରେ ହଜାର ହଜାର ଲେବନାନ ନାଗରିକ ଦକ୍ଷିଣକୁ ପଳାୟନ କରିବା ଆରମ୍ଭ କରିବା ଫଳରେ ଦକ୍ଷିଣ ବନ୍ଦର ସହର ସିଡୋନରୁ ବେରୁତ ପର୍ଯ୍ୟନ୍ତ ମୁଖ୍ୟ ରାଜପଥରେ ଟ୍ରାଫିକ୍ ଜାମ୍ ହୋଇଯାଇଛି । ୨୦୦୬ ପରଠାରୁ ଏହା ସବୁଠାରୁ ବଡ଼ ସ୍ଥାନାନ୍ତର ଥିଲା । ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଆକ୍ରମଣରେ ୫୦ ଜଣ ଶିଶୁ ଏବଂ ୯୪ ଜଣ ମହିଳାଙ୍କ ସମେତ ସମୁଦାୟ ୫୫୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬୪୫ ଜଣ ଆହତ ହୋଇଛନ୍ତି । ୨୦୨୦ରେ ବେରୁତ ବନ୍ଦରରେ ଶହ ଶହ ଟନ୍ ଆମୋନିୟମ ନାଇଟ୍ରେଟର ଗୋଦାମ ବିସ୍ଫୋରଣ ଯୋଗୁଁ ହୋଇଥିବା ଭୟଙ୍କର ବିସ୍ଫୋରଣରେ ହୋଇଥିବା ମୃତ୍ୟୁସଂଖ୍ୟାଠାରୁ ଏହି ଆକ୍ରମଣର ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ । ସେହି ବିସ୍ଫୋରରେ ଅତି କମରେ ୨୧୮ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୬,୦୦୦ରୁ ଅଧିକ ଆହତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe