କନକ ବ୍ୟୁରୋ : ସୁନ୍ଦରଗଡ଼ ବଡ଼ ଗାଁ ଇତମା ବିସ୍ଫୋରକ ଖଣି ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ ହୋଇଛନ୍ତି । ବିସ୍ଫୋରକ ଚାଲାଣ ବେଳେ କୌଣସି ସୁରକ୍ଷା SOP ପାଳନ କରି ନଥିଲେ ଶ୍ରବଣ ଅଗ୍ରୱାଲ । କେବଠୁ ଏମିତି ଚାଲି ଆସିଥିଲା , କେବଳ ଏହି ଜଣେ ବିସ୍ଫୋରକ ମାଲିକ ଏଭଳି କରିଛନ୍ତି ନା ଅନ୍ୟ କୌଣସି ଗୋଦାମ ମାଲିକ ଏଭଳି କରିଛନ୍ତି , ସେନେଇ ଚାଲିଛି ଯାଞ୍ଚ I ପୁଲିସ ଷ୍ଟକ୍ ଯାଞ୍ଚ କରିବା ସହ କେତେ ବିସ୍ଫୋରକ କେଉଁ ଆଡେ ଯାଇଛି , କାହା ପାଖକୁ ଯାଇଛି ? ସୁରକ୍ଷା SOP ପାଳନ କରାଯାଉଛି କି ନାହିଁ ? ସେ ନେଇ ଚାଲିଛି ବ୍ୟାପକ ଯାଞ୍ଚ । ସୁନ୍ଦରଗଡ଼ ଓ କେଉଁଝର ଜିଲ୍ଲାରେ ଥିବା ଏକ୍ସପ୍ଲୋସିଭ ଗୋଦାମ ଗୁଡ଼ିକୁ ସିଲ୍ କରି ଷ୍ଟକ୍ ଅପଡେଟ କରୁଛି ପୁଲିସ ।
ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏଙ୍କ ନିର୍ଦ୍ଦେଶ କ୍ରମେ ଆଜି ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ଏମ୍ସିଏଲ, ଏନଟିପିସି ଦରଲିପାଲି ପାୱାର ପ୍ଲାଣ୍ଟ, ଏନଟିପିସି ଡୁଲିଙ୍ଗା କୋଇଲା ଖଣି, ମନୋହରପୁର ଓସିପିଏଲ କୋଇଲା ଖଣି, ଜାମକାନୀ ବେଦାନ୍ତ କୋଇଲା ଖଣି , ସେହିଭଳି ଲାଞ୍ଜିବେରଣା ଚୁନାପଥର ଖଣିରେ ମାଗଜିନ ଓ ବିସ୍ଫୋରକ ଗୋଦାମ ଗୁଡ଼ିକୁ ଯାଞ୍ଚ କରୁଛି ପୁଲିସ । ଡିଆଇଜିଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ଼ , ରାଉରକେଲା ଓ କେନ୍ଦୁଝରରେ ଚାଲିଛି ରେଡ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/06/03/UDA2iCJ8X5graHDGSW96.jpg)