ଭାରତ ସାମ୍ନାରେ ଆଦୌ ତିଷ୍ଠିପାରିବନି ପାକିସ୍ତାନ, ହେଲେ ବି ବୁଦ୍ଧି ଉଦୟ ହେଉନି

ଯେବେ ଯେବେ ଭାରତ ସହ ପାକିସ୍ତାନର ଯୁଦ୍ଧ ହୋଇଛି ସେବେ ସେବେ  ପାକିସ୍ତାନ ଧୂଳି ଚାଟିଛି

India Pakistan War Update

India Pakistan War Update Photograph: (kanak News)

କନକ ବ୍ୟୁରୋ: ପହଲଗାମ୍‌ରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହେବା ପରେ ଦିଲ୍ଲୀରେ ବଡ଼ ହଲଚଲ ଆରମ୍ଭ ହୋଇଛି । ଘଟଣାକୁ ତୀବ୍ର ନିନ୍ଦା କରିବା ପରେ ଆତଙ୍କୀଙ୍କ ଉପରେ ବଡ଼ ଆକ୍ସନ ହେବା ନେଇ ମୋଦୀ କହିସାରିଛନ୍ତି । ଆଗାମୀ ରଣନୀତି କଣ ହେବ ସେନେଇ ଦିଲ୍ଲୀରେ ଘନଘନ ବୈଠକ ବସିବା ସହ ତୁରନ୍ତ ପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ଯୁଦ୍ଧ ହେବା ନେଇ ବି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । ଯଦି ଯୁଦ୍ଧ ହେବ ତେବେ କାହାର ଶକ୍ତି ବର୍ତ୍ତମାନ କେତେ ସେନେଇ ବି ଚର୍ଚ୍ଚା ଚାଲିଛି । ତେବେ ଆସନ୍ତୁ ଜାଣିବା କାହାର ଅଛି କେତେ ଶକ୍ତି ?

ପହଲଗାମ୍‌ ହମଲା ପରେ…
ମୁହାଁମୁହିଁ ଭାରତ-ପାକିସ୍ତାନ
ଯଦି ଯୁଦ୍ଧ ହୁଏ, ତେବେ…

ଭାରତ ସହ ପାକିସ୍ତାନର ତୁଳନା କରିବା ହିଁ ମୁର୍ଖାମୀ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ସ୍ଥଳସେନା କଥା ଯଦି କହିବା, ତେବେ ଭାରତ ପାଖରେ ଯେତିକି ସ୍ଥଳସେନାର ସୈନ୍ୟ ଅଛନ୍ତି ପାକିସ୍ତାନ ପାଖରେ ତାହାଠାରୁ ଅଧା ବି ନାହାନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଭାରତ ପୂରା ବିଶ୍ବରେ ଦ୍ବିତୀୟ ସୈନ୍ୟ ଶକ୍ତିର ପରିଚୟ ପାଇଛି । ମୋଟ୍‌ ୧.୪୪ ମିଲିୟନ ସକ୍ରିୟ ସୈନ୍ୟବାହିନୀ ଅଛନ୍ତି । ତା' ସାଙ୍ଗକୁ ୪ ହଜାର ୫୦୦ ଟି ଟ୍ୟାଙ୍କର, ୫୩୮ ଟି ଲଢ଼ୁଆ ବିମାନ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ମିସାଇଲ୍ ସିଷ୍ଟମ୍ ରହିଛି । 

ଖାଲି ଏତିକି ନୁହେଁ ବରଂ ଭାରତୀୟ ସ୍ଥଳସେନା କଥା ଯଦି ଦେଖିବା ତେବେ ୧.୪୪ ମିଲିୟନ ସକ୍ରିୟ ସୈନ୍ୟ ସହ ୧.୧୫ ମିଲିୟନ ରିଜର୍ଭରେ ଅଛନ୍ତି । ସେହିପରି ୨୫ ଲକ୍ଷରୁ ଅଧିକ ଅର୍ଦ୍ଧସାମରିକବାହିନୀ, ହାଇ ଟେକ୍ନୋଲୋଜି ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଯେଉଁଥିରେ ଅର୍ଜୁନ ମେନ୍ ଯୁଦ୍ଧ ଟ୍ୟାଙ୍କ, T-୯୦ "ଭୀମ" ଟ୍ୟାଙ୍କ, ପିନାକ ମଲ୍ଟି-ବ୍ୟାରେଲ ରକେଟ୍ ଲଞ୍ଚର୍, ବ୍ରହ୍ମୋସ୍ କ୍ରୁଜ୍ ମିସାଇଲ୍, ହାୱିଜର୍ସ ଏବଂ ଅନ୍ୟାନ୍ୟ ଆଧୁନିକ ତୋପ ରହିଛି ।

ଇଏ ତ ଗଲା ସ୍ଥଳସେନାର କଥା…ସ୍ଥଳସେନା ସହିତ ବାୟୁସେନା, ନୌସେନା ବି କିଛି କମ୍‌ ନୁହେଁ । କୁହାଯାଏ କି ଭାରତର ଏୟାରଫୋର୍ସକୁ ଶତ୍ରୁ ପକ୍ଷର ପ୍ରବଳ ଡର ।  ଦେଶର ମୋଟ ୨ ହଜାର ୨୨୯ ବିମାନ, ୬୦୦ ଯୁଦ୍ଧ ବିମାନ, ୮୩୧ ସହାୟକ ବିମାନ, ୮୯୯ ହେଲିକପ୍ଟର ରହିଛି । ଏହାସହ ରାଫେଲ, ମିରାଜ୍ ୨୦୦୦, ମିଗ୍-୨୯, ସୁଖୋଇ ସୁ-୩୦ ଏମକେଆଇ ବି ଅଛି । ଏହାବାଦ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍, ବ୍ରହ୍ମୋସ୍, ଆଣ୍ଟି-ରେଡିଏସନ ମିସାଇଲ୍, ରୁଦ୍ରମ୍, ଏୟାର୍-ଟୁ-ଏୟାର୍ ମିସାଇଲ୍, ସବସୋନିକ କ୍ରୁଜ୍ ମିସାଇଲ୍ ନିର୍ଭୟ, ସରଫେସ୍-ଟୁ-ଏୟାର୍ ଡିଫେନ୍ସ ସିଷ୍ଟମ୍ ଆକାଶ ରହିଛି ।

ସ୍ଥଳସେନା, ବାୟୁସେନା ଯେମିତି ଶକ୍ତିଶାଳୀ ଠିକ୍‌ ସେମିତି ନୌସେନା ବି ପଛରେ ନାହିଁ । ମୋଟ୍‌ ୧ ଲକ୍ଷ ୪୨ ହଜାର ୨୫୧ ନୌସେନା କର୍ମଚାରୀ ଅଛନ୍ତି ଭାରତ ପାଖରେ । ପ୍ରାୟ ୧୫୦ ଯୁଦ୍ଧଜାହାଜ, ଏଟୋମିକ ସବମାରିନ୍ ବା ପରମାଣୁ ବୁଡ଼ାଜାହଜ, ୨ ବିମାନ ବାହକ- INS ବିକ୍ରମାଦିତ୍ୟ ଏବଂ INS ବିକ୍ରାନ୍ତ ରହିଛି ।

ପାକିସ୍ତାନ ପାଖରେ ଅଛି କଣ ?

ଯେବେ ଯେବେ ଭାରତ ସହ ପାକିସ୍ତାନର ଯୁଦ୍ଧ ହୋଇଛି ସେବେ ସେବେ  ପାକିସ୍ତାନ ଧୂଳି ଚାଟିଛି । ବାରମ୍ବାର ହାରିବା ପରେ ପାକିସ୍ତାନର ବୁଦ୍ଧି ଉଦୟ ହେଉନି ଯେ ଏବେ ପୁଣି ଥରେ ଭାରତ ସହ ଲାଗୁଛି । ଯଦି ଏଥର ବି ଯୁଦ୍ଧ ହୁଏ ତେବେ କାଙ୍ଗାଳ ପାକିସ୍ତାନ ପୁଣି ଥରେ ଧୂଳି ଚାଟିବ ଏଥିରେ କୌଣସି ସନ୍ଦେହ ନାହିଁ । ସୂଚନା ଅନୁସାରେ, ପାକିସ୍ତାନର ମୋଟ ୧ ହଜାର ୪୩୪ଟି ବିମାନ ଅଛି । ଯେଉଁଥିରେ, ୩୮୭ ଲଢ଼ୁଆ ବିମାନ, ୬୦ ପରିବହନ ଏୟାରକ୍ରାଫ୍ଟ, ୫୪୯ ଟ୍ରେନର ଏୟାରକ୍ରାଫ୍ଟ, ୩୫୨ ହେଲିକପ୍ଟର, ୫୭ ଆଟାକ୍ ହେଲିକପ୍ଟର, ୪ଟି ଏରିଅଲ୍ ଟ୍ୟାଙ୍କର୍ ଅଛି । 

ଠିକ୍‌ ସେମିତି, ପାକିସ୍ତାନର ସ୍ଥଳସେନା ପାଖରେ ୩ ହଜାର ୭୪୨ ଟ୍ୟାଙ୍କ, ୫୦ ହଜାର ୫୨୩ ଯୁଦ୍ଧାସ୍ତ୍ର ପରିବହନକାରୀ ଭେଇକିଲ୍, ୭୫୨ ସ୍ୱୟଂ-ଚାଳିତ ତୋପ,୬୯୨ ମୋବାଇଲ୍ ରକେଟ୍ ଲଞ୍ଚର୍ ରହିଛି । ସେହିପରି ନୌସେନା ପାଖରେ ୧୧୪ ଟି ନୌସେନା ଜାହାଜ, ୮ ବୁଡ଼ାଜାହାଜ, ୯ ଯୁଦ୍ଧଜାହଜ ସହ ଅନେକ ସ୍ୱଦେଶୀ ଏବଂ ଆମଦାନୀ ହୋଇଥିବା କ୍ଷେପଣାସ୍ତ୍ର ରହିଛି ।  ମୋଟ୍‌ ଉପରେ ଭାରତ ସାମ୍ନାରେ ତିଷ୍ଠିପାରିବନି ପାକିସ୍ତାନ । ଏହାପରେ ବି ପ୍ରକୃତି ଛାଡୁନି ପଡ଼ୋଶୀ । ତେବେ ଆଗାମୀ ଦିନରେ ଯୁଦ୍ଧ ହେଉଛି କି ନାହିଁ ତାହା ସମୟ କହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe