ପାକିସ୍ତାନ–ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି, ବିମାନ ଆକ୍ରମଣରେ ତୀବ୍ର ଉତ୍ତେଜନା

Advertisment

ପାକିସ୍ତାନ-ଆଫଗାସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି । ପାକିସ୍ତାନୀ ପୋଷ୍ଟ ଉପରେ ତାଲିବାନ ଯୋଦ୍ଧାଙ୍କ ଆକ୍ରମଣ ପରେ ଏବେ ପାକିସ୍ତାନ ପୁଣି ଥରେ ବିମାନ ଆକ୍ରମଣ କରିଥିବାର ଖବର ମିଳିଛି । ପାକିସ୍ତାନର ଜାତୀୟ ଗଣମାଧମ ଗୁଡ଼ିକ ପକ୍ଷରୁ ଆକ୍ରମଣ ନେଇ ଖବର ପ୍ରସାରିତ ହୋଇଛି। ଆଫଗାନିସ୍ତାନ ରାଜଧାନୀ କାବୁଲ ସହ କାନ୍ଦାହାର ଓ ପକଟିଆରେ ସାମରିକ ପ୍ରତିଷ୍ଠାନ ଉପରେ ଏହି ଆକ୍ରମଣ ହୋଇଛି ।

ପାକିସ୍ତାନ-ଆଫଗାସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି । ପାକିସ୍ତାନୀ ପୋଷ୍ଟ ଉପରେ ତାଲିବାନ ଯୋଦ୍ଧାଙ୍କ ଆକ୍ରମଣ ପରେ ଏବେ ପାକିସ୍ତାନ ପୁଣି ଥରେ ବିମାନ ଆକ୍ରମଣ କରିଥିବାର ଖବର ମିଳିଛି । ପାକିସ୍ତାନର ଜାତୀୟ ଗଣମାଧମ ଗୁଡ଼ିକ ପକ୍ଷରୁ ଆକ୍ରମଣ ନେଇ ଖବର ପ୍ରସାରିତ ହୋଇଛି। ଆଫଗାନିସ୍ତାନ ରାଜଧାନୀ କାବୁଲ ସହ କାନ୍ଦାହାର ଓ ପକଟିଆରେ ସାମରିକ ପ୍ରତିଷ୍ଠାନ ଉପରେ ଏହି ଆକ୍ରମଣ ହୋଇଛି ।

Afghanistan war

Afghanistan war Photograph: (KanakNews)

କନକ ବ୍ୟୁରୋ  : ପାକିସ୍ତାନ-ଆଫଗାସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି । ପାକିସ୍ତାନୀ ପୋଷ୍ଟ ଉପରେ ତାଲିବାନ ଯୋଦ୍ଧାଙ୍କ ଆକ୍ରମଣ ପରେ ଏବେ ପାକିସ୍ତାନ ପୁଣି ଥରେ ବିମାନ ଆକ୍ରମଣ କରିଥିବାର ଖବର ମିଳିଛି । ପାକିସ୍ତାନର ଜାତୀୟ ଗଣମାଧମ ଗୁଡ଼ିକ ପକ୍ଷରୁ ଆକ୍ରମଣ ନେଇ ଖବର ପ୍ରସାରିତ ହୋଇଛି। ଆଫଗାନିସ୍ତାନ ରାଜଧାନୀ କାବୁଲ ସହ କାନ୍ଦାହାର ଓ ପକଟିଆରେ ସାମରିକ ପ୍ରତିଷ୍ଠାନ ଉପରେ ଏହି ଆକ୍ରମଣ ହୋଇଛି । ପାକିସ୍ତାନର ଏହି ଆକ୍ରମଣରେ ୫୮ ଜଣ ତାଲିବାନ ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଛନ୍ତି ।

ଏହାସହ ୧୨ଟି ଆଫଗାନ ପୋଷ୍ଟ ନଷ୍ଟ ହୋଇଥିବା ପାକିସ୍ତାନ ଦାବି କରିଛି । ଗୁରୁବାର ଡୁରାଣ୍ଡ ଲାଇନରେ ତାଲିବାନ ଯୋଦ୍ଧା ମାନେ ପାକିସ୍ତାନ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ଆଫଗାନିସ୍ତାନର ୧୯ଟି ପାକିସ୍ତାନୀ ପୋଷ୍ଟ ନଷ୍ଟ ହୋଇଥିବ ତାଲିବାନ ଦାବି କରିଛି । ଏହାସହ ୫୫ ଜଣ ପାକ୍‌ ସୈନିକଙ୍କ ମୃତ୍ୟୁ ହୋଇଥିବା ଓ କିଛି ସୈନିକଙ୍କୁ ବନ୍ଦୀ କରାଯାଇଥିବା ତାଲିବାନ ପକ୍ଷରୁ କୁହାଯାଇଛି । ଦୁଇ ଦେଶ ମଧ୍ୟରେ ଏବେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ରବିବାର ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର ୨ଟି ପ୍ରଦେଶରେ ବିମାନ ଯୋଗେ ଆକ୍ରମଣ କରାଯାଇଥିଲା ।

ଅଧିକ ପଢନ୍ତୁ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟ; ଭାରତ ନିଜ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଦେଲା ପରାମର୍ଶ

ଏଥିରେ ୧୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘ ପକ୍ଷରୁ କୁହାଯାଇଥିଲା । ପାକିସ୍ତାନର ଦାବି ଯେ, ଆତଙ୍କୀ ଶିବିର ଉପରେ ଏହି ଆକ୍ରମଣ କରାଯାଇଥିଲା । ହେଲେ ଆଫଗାନ ସରକାର ଏହାକୁ ନିଜ ଦେଶର ସାର୍ବଭୌମତ୍ବ ଉପରେ ଆକ୍ରମଣ ଦର୍ଶାଇବା ସହ ଏହାର କଡ଼ା ଜବାବ ଦିଆଯିବ ବୋଲି କହିଥିଲେ । ଏବେ ଉଭୟ ଦେଶ ପକ୍ଷରୁ ଆକ୍ରମଣ ପ୍ରତିଆକ୍ରମଣ ଆରମ୍ଭ ହୋଇଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe