Photograph: (KANAKNEWS)
କନକବ୍ୟୁରୋ : ଘନେଇଲା ଆମେରିକା-ଇରାନ ଯୁଦ୍ଧ । ମଧ୍ୟପ୍ରାଚ୍ୟ ସମୁଦ୍ରରେ ବିମାନବାହୀ ଯୁଦ୍ଧ ଜାହାଜ ମୁତୟନ କଲା ଆମେରିକା । ଇରାନର ସୁରକ୍ଷା ବାହିନୀଙ୍କ ଆକ୍ରମଣରେ ପ୍ରାୟ ୬,୦୦୦ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । କିନ୍ତୁ ପ୍ରକୃତ ମୃତ୍ୟୁ ସଂଖ୍ୟା ଏହାଠାରୁ ଅନେକ ଗୁଣ ଅଧିକ ହୋଇପାରେ ବୋଲି କୁହାଯାଉଛି । ଏହାରି ଭତିରେ ଯୁକ୍ତରାଷ୍ଟ୍ର ନୌସେନାର ମଧ୍ୟପ୍ରାଚ୍ୟ ସମୁଦ୍ରରେ ଯୁଦ୍ଧଜାହାଜ ମୁତୟନ କରିଛି ।
ଅଧିକ ପଢନ୍ତୁ... ମହାନଦୀ ପାଣିକୁ ନେଇ ବିବାଦ : ଆଜି ଛତିଶଗଡ଼ ଯିବେ ଓଡ଼ିଶା ଟିମ୍
ସେପେଟ ଇରାନ ମଧ୍ୟ ପଛକୁ ହଟିବ ନାହିଁ ବୋଲି କହିଛି। ଯଦି ଆମେରିକା ଆକ୍ରମଣ କରେ ଯବାବ ଦେବାକୁ ଇରାନ ପ୍ରସ୍ତୁତ ଥିବା କହିଛି। ଡିସେମ୍ବର ଶେଷ ଆଡକୁ ଇରାନର ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ଏକ ବିରାଟ ଆନ୍ଦୋଳନରେ ପରିଣତ ହୋଇଛି । ବିକ୍ଷୋଭ ଯୋଗୁ ଇରାନରେ ୧୮ ଦିନ ଧରି ଇଣ୍ଟରନେଟ ସେବା ବାତିଲ କରାଯାଇଛି । ବିକ୍ଷୋଭକାରୀ ଦମନ ପାଇଁ ଇରାନର ସୁରକ୍ଷା କର୍ମୀମାନେ ଗୁଳି କରୁଥିବା ସୂଚନା ମିଳିଛି । ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଇରାନ ସଙ୍କଟରେ ହସ୍ତକ୍ଷେପ କରିବାକୁ ଧମକ ଦେଇଥିଲେ । ଏବେ ସହାୟତା ପାଇଁ ଯୁଦ୍ଧଜାହାଜ ପଠାଇଛନ୍ତି। ଇରାନର ବିଦେଶ ମନ୍ତ୍ରଣାଳୟ ସୋମବାର କହିଛି, ଯେକୌଣସି ଆକ୍ରମଣର କଡା ଯବାବ ଦେବାକୁ ଇରାନ ପ୍ରସ୍ତୁତି ଅଛି ।
ଘନେଇଲା ଆମେରିକା-ଇରାନ ଯୁଦ୍ଧ
ମଧ୍ୟପ୍ରାଚ୍ୟ ସମୁଦ୍ରରେ ବିମାନବାହୀ ଯୁଦ୍ଧ ଜାହାଜ ମୁତୟନ କଲା ଆମେରିକା
ଇରାନ ପଛକୁ ହଟିବ ନାହିଁ ବୋଲି କହିଛି ଇରାନର ବିଦେଶ ମନ୍ତ୍ରଣାଳୟ
ଯେକୌଣସି ଆକ୍ରମଣର କଡା ଯବାବ ଦେବାକୁ ଇରାନ ପ୍ରସ୍ତୁତି ଅଛି
ଇରାନର ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ଏକ ବିରାଟ ଆନ୍ଦୋଳନରେ ପରିଣତ ହୋଇଛି
ପ୍ରାୟ ମାସଟେ ଧରି ଇରାନ ସରକାରଙ୍କ ବିରୋଧରେ ବିକ୍ଷୋଭ ଜାରୀ ରହିଛି
ବିକ୍ଷୋଭ ଯୋଗୁ ଇରାନରେ ୧୮ ଦିନ ଧରି ଇଣ୍ଟରନେଟ ସେବା ବାତିଲ କରାଯାଇଛି
ସୁରକ୍ଷା ବାହିନୀଙ୍କ ଆକ୍ରମଣରେ ପ୍ରାୟ ୬,୦୦୦ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି
--
Follow Us