ଇରାନ୍ ଉପରେ ଆମେରିକାର ପରମାଣୁ ଆକ୍ରମଣ ପରେ ବଢିଲା ଯୁଦ୍ଧ : ଇସ୍ରାଏଲରେ ବାଜୁଛି ଯୁଦ୍ଧ ସାଇରନ୍

ଇରାନ୍ ଉପରେ ଆମେରିକାର ଆକ୍ରମଣ ପରେ ପ୍ରତିକ୍ରିୟା ରଖିଛି ଇରାନ୍ । ଆମେରିକାର ଆକ୍ରମଣରେ ଇରାନ୍‌ର ବିଶେଷ କିଛି କ୍ଷତି ହୋଇନାହିଁ  ।

judha

Photograph: (kanaknews)

କନକବ୍ୟୁରୋ :  ଇରାନ୍ ଉପରେ ଆମେରିକାର ଆକ୍ରମଣ ପରେ ପ୍ରତିକ୍ରିୟା ରଖିଛି ଇରାନ୍ । ଆମେରିକାର ଆକ୍ରମଣରେ ଇରାନ୍‌ର ବିଶେଷ କିଛି କ୍ଷତି ହୋଇନାହିଁ  । ତିନିଟି ପରମାଣୁ ଘାଟିର ସାଟେଲାଇଟ୍ ଫଟୋ ଜାରି କରିଛି ଇରାନ୍ । ଆମେରିକା ଅନ୍ତରାଷ୍ଟ୍ରୀୟ ନିୟମର ଉଲଂଘନ କରିଛି ବୋଲି କହିଛି ଆମେରିକା ।  

ସେପଟେ ଆମେରିକାର ଆକ୍ରମଣକୁ ନେଇ ଇରାନ ବିଦେଶମନ୍ତ୍ରୀ କହିଛନ୍ତି କି, ଇରାନର ନିଜ ରକ୍ଷାର ଅଧିକାର ରହିଛି । ଇରାନ ଦ୍ୱାରା ଆକ୍ରମଣ ବଢିବା ପରେ ଇସ୍ରାଏଲ ପୂରା ଦେଶରେ ହାଇ ଆର୍ଲଟ ଜାରି କରିଛି । 

ଆମେରିକା ଇରାନ ଉପରେ ଯେଉଁ ଆକ୍ରମଣ କରିଛି ସେଥିରେ ଇରାନର ବିଶେଷ କିଛି କ୍ଷତି ହୋଇନାହିଁ । ଏନେଇ ଇରାନ ତରଫରୁ ଫଟୋ ଜାରି କରି କହିଛି କି, ଆମେରିକା ଆକ୍ରମଣ କରିବ ବୋଲି ଆମକୁ ପୂର୍ବରୁ ସୂଚନା ରହିଥିଲା । 

ଏହି ଯୁଦ୍ଧ ବିଶେଷ କରି ଯେଉଁ କାରଣକୁ ନେଇ ହେଉଛି ତାକୁ ନେଇ ଇରାନ ମଧ୍ୟ ପ୍ରତିକ୍ରିୟା ଦେଇଛି ।  ଇରାନ ପରମାଣୁ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ବୟାନ ମୁତାବକ ଆମେରିକାର ଏହି ଆକ୍ରମଣ ଫଳରେ ଇରାନ ପରମାଣୁ ସ୍ଥଳରେ ବିଶେଷ କ୍ଷତି ହୋଇନାହିଁ  ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe