କନକବ୍ୟୁରୋ : କାହାକୁ ଭୋଟ ଦେଇଛନ୍ତି ବିଜେଡିର ୪ ସାଂସଦ ।   ବିଜେଡିକୁ ପ୍ରଶ୍ନ କଲେ ବିଜେପି ସାଂସଦ ସୁଜିତ କୁମାର ।  ସୁଜିତ କୁମାର ଏକ୍ସରେ ପୋଷ୍ଟ କରି ବିଚାରଧାରା ସହିତ ସାଲିସ କରିନଥିବାରୁ ଦେବାଶିଷ ସାମନ୍ତରାୟ ଏବଂ ମୁନ୍ନା ଖାଁଙ୍କୁ ସମ୍ମାନ ଜଣାଇଛନ୍ତି  ।  କିନ୍ତୁ ବାକି ୪ ସାଂସଦ କାହାକୁ ଭୋଟ ଦେଇଛନ୍ତି ତାହା ଓଡ଼ିଶାବାସୀଙ୍କୁ ଜଣାଇବାକୁ ଅନୁରୋଧ କରିଛନ୍ତି । ବିଜେପି ସାଂସଦ କହିଛନ୍ତି, ଓଡିଶାବାସୀଙ୍କର ଜାଣିବାର ଅଧିକାର ଅଛି ସେମାନେ ଯଦି ସପକ୍ଷରେ ଭୋଟ ଦେଇଛନ୍ତି କେଉଁ କାରଣରୁ ଦେଇଛନ୍ତି କିମ୍ବା ଯଦି ବିରୁଦ୍ଧରେ ଦେଇଛନ୍ତି ତେବେ କେଉଁ ଅନ୍ତରାତ୍ମା ବା ବିବେକର ଇସାରାରେ ଦେଇଛନ୍ତି ।  

Advertisment

ବିଜେଡି ସାଂସଦ ମାନଙ୍କୁ ଅନୁରୋଧ ଯେ ସେମାନେ ବିଲ୍ ର ସପକ୍ଷରେ କି ବିପକ୍ଷରେ ଭୋଟ ଦେଇଛନ୍ତି ତାହା ସତ ସାହସ ଦେଖେଇ ଲୋକଙ୍କ ଆଗରେ ପ୍ରକାଶ କରନ୍ତୁ । ଏଥିସହ ଦଳର କିଛି ନେତାଙ୍କର ପାପ ଏବଂ ଦୁର୍ନୀତିକୁ ଲୁଚେଇବା ପାଇଁ ଭୟରେ ଶେଷ ମୁହୂର୍ତ୍ତରେ ନିଜର ଆଭିମୁଖ୍ୟକୁ ବଦଳାଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି  ।

ସେପଟେ ବିଜେଡି ସାଂସଦଙ୍କ ଉତ୍ତର  କାହାକୁ ଭୋଟ ଦେଇଛୁ କହିବୁନି ।  ବିଜେଡିର ସାଂସଦମାନେ କାହାକୁ ଭୋଟ ଦେଇଛନ୍ତି ? ଚାରିଆଡୁ ଘେରିବା ପରେ ଶେଷରେ ଏଭଳି କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ଫେସବୁକ ଲାଇଭ ଆସି କହିଛନ୍ତି, ନବୀନ ପଟ୍ଟନାୟକ କହିଥିଲେ ବିବେକ ଅନୁସାରେ ଭୋଟ ଦେବାକୁ  ।  ଆମେ ବାଣ୍ଟିକି ଭୋଟ ଦେଲୁ । ଭୋଟ କିଏ କେଉଁଠି ଦିଏ କାହାକୁ କୁହାଯାଏନି, ତେଣୁ କହିବୁନି  ।   କିନ୍ତୁ ସବୁ ସମ୍ପ୍ରଦାୟର ସାଂସଦ ଥିବାରୁ ବାଣ୍ଟିକି ଭୋଟ ଦେଇଛୁ ।