ରାଜ୍ୟସଭାରେ ବି ପାରିତ ହେଲା ୱାକଫ ବିଲ; ସପକ୍ଷରେ ପଡ଼ିଲା ୧୨୮ ଭୋଟ୍, ବିପକ୍ଷରେ ୯୫ ଭୋଟ୍

ଲୋକସଭା ପରେ ରାଜ୍ୟସଭାରେ ବି ପାସ୍ ହେଲା ୱାକଫ ବିଲ୍। ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ଏଥିସହ ୱାକଫ୍ ଏବେ ଆଇନରେ ପରିଣତ ହେବାରୁ ମାତ୍ର ଗୋଟିଏ ପାଦ ଦୂରରେ।

WAQF BILL PASS IN RAJYA SABHA

WAQF BILL PASS IN RAJYA SABHA Photograph: (KanakNews )

କନକ ବ୍ୟୁରୋ: ଲୋକସଭା ପରେ ରାଜ୍ୟସଭାରେ ବି ପାସ୍ ହେଲା ୱାକଫ ବିଲ୍। ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ଏଥିସହ ୱାକଫ୍ ଏବେ ଆଇନରେ ପରିଣତ ହେବାରୁ ମାତ୍ର ଗୋଟିଏ ପାଦ ଦୂରରେ। ବିଲକୁ ଏବେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ରାଜ୍ୟସଭା ପୂର୍ବରୁ ବୁଧବାର ଲୋକସଭାରେ ଏହି ବିଲ୍ ଆଗତ ହୋଇଥିଲା। ୧୨ ଘଣ୍ଟାର ଆଲୋଚନା ପରେ ସରକାର ଏହାକୁ ପାରିତ କରିବାରେ ସଫଳ ହୋଇଛନ୍ତି। ଲୋକସଭାରେ ଏହି ବିଲ୍ ସପକ୍ଷରେ ୨୮୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୨୩୨ଟି ଭୋଟ୍ ପଡ଼ିଛି। ରାଜ୍ୟସଭାରେ ଆଲୋଚନା ବେଳେ ବିରୋଧୀ ଦଳ ସଦସ୍ୟମାନେ ଏହାକୁ ତୀବ୍ର ବିରୋଧ କରିଥିଲେ। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ବିଲରେ ଅନେକ ତ୍ରୁଟି ରହିଛି। ମୁସଲିମ୍ ସମ୍ପ୍ରଦାୟକୁ ହଇରାଣ କରିବା ପାଇଁ ସରକାର ଏହି ବିଲ୍ ଆଣିଛନ୍ତି। ୱାକଫ ବୋର୍ଡକୁ ନେଇ ଆଇନ ପୂର୍ବରୁ ରହିଛି ଏବଂ ଏଥିରେ ପରିବର୍ତ୍ତନ କରାଯାଇପାରିବ। ଏଥିପାଇଁ ନୂଆ ବିଲର ଆବଶ୍ୟକତା ନାହିଁ। ଏହି ବିଲକୁ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ସେପଟେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ୱାକଫ ବୋର୍ଡ ଏକ ସାମ୍ବିଧାନିକ ସଂସ୍ଥା ଏବଂ ଏହା ଧର୍ମନିରପେକ୍ଷ ହେବା ଉଚିତ। ଜଣେ ବି ମୁସଲମାନ ଏହି ବିଲ୍ ଦ୍ୱାରା ପ୍ରଭାବିତ ହେବେ ନାହିଁ। ଏହାଦ୍ୱାରା କୋଟି କୋଟି ମୁସଲମାନ ଉପକୃତ ହେବେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe