ଲୋକସଭାରେ ଆସିବ ଓ୍ୱକଫ୍ ବିଲ୍; ସରକାରକୁ ଘେରିବାକୁ ରାହୁଲ କଲେ ମିଟିଂ

Advertisment

ଲୋକସଭାରେ ଆଜି ଆଗତ ହେବାକୁ ଯାଉଛି ଓ୍ୱକଫ୍ ସଂଶୋଧନ ବିଲ୍ । ଗୋଟିଏ ପଟେ କିଛି ମୁସଲିମ୍ ସମାଜ ଏହାର ସମର୍ଥନ କରୁଥିବାବେଳେ, ଅନ୍ୟ କିଛି ଏହାର ବିରୋଧ କରୁଛନ୍ତି । ଅନ୍ୟପଟେ ଏହି ବିଧେୟକକୁ ଲୋକସଭାରେ ପାସ୍ କରେଇବାକୁ ଜୋର୍ ଲଗାଇଦେଇଛି ବିଜେପି ।

ଲୋକସଭାରେ ଆଜି ଆଗତ ହେବାକୁ ଯାଉଛି ଓ୍ୱକଫ୍ ସଂଶୋଧନ ବିଲ୍ । ଗୋଟିଏ ପଟେ କିଛି ମୁସଲିମ୍ ସମାଜ ଏହାର ସମର୍ଥନ କରୁଥିବାବେଳେ, ଅନ୍ୟ କିଛି ଏହାର ବିରୋଧ କରୁଛନ୍ତି । ଅନ୍ୟପଟେ ଏହି ବିଧେୟକକୁ ଲୋକସଭାରେ ପାସ୍ କରେଇବାକୁ ଜୋର୍ ଲଗାଇଦେଇଛି ବିଜେପି ।

ସରକାରକୁ ଘେରିବାକୁ  ରାହୁଲ କଲେ ମିଟିଂ

ସରକାରକୁ ଘେରିବାକୁ ରାହୁଲ କଲେ ମିଟିଂ Photograph: (KanakNews )

କନକ ବ୍ୟୁରୋ: ଲୋକସଭାରେ ଆଜି ଆଗତ ହେବାକୁ ଯାଉଛି ଓ୍ୱକଫ୍ ସଂଶୋଧନ ବିଲ୍ । ଗୋଟିଏ ପଟେ କିଛି ମୁସଲିମ୍ ସମାଜ ଏହାର ସମର୍ଥନ କରୁଥିବାବେଳେ, ଅନ୍ୟ କିଛି ଏହାର ବିରୋଧ କରୁଛନ୍ତି । ଅନ୍ୟପଟେ ଏହି ବିଧେୟକକୁ ଲୋକସଭାରେ ପାସ୍ କରେଇବାକୁ ଜୋର୍ ଲଗାଇଦେଇଛି ବିଜେପି । ଜେଡିୟୁ ସହିତ ଟିଡିପି ଏହି ବିଲକୁ ସମର୍ଥନ ଦେବାକୁ ଘୋଷଣା କରିଥିବାବେଳେ, ଇଣ୍ଡିଆ ମେଣ୍ଟ କିନ୍ତୁ ଏହାର ବିରୋଧ କରିବ ।

ତେବେ ଲୋକସଭାରେ ବିରୋଧୀ ଦଳ ନେତା ଥିବା ରାହୁଲ ଗାନ୍ଧୀ ଓ୍ୱକଫ୍ ବିଲ୍ ଆଗତ ହେବା ପୂର୍ବରୁ ଦଳର ନେତାଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି । ଯେଉଁଥିରେ ସେ ଓ୍ୱକଫ୍ ବିଲକୁ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ।

ସେପଟେ ଓ୍ୱକଫ୍ ସଂଶୋଧନ ବିଲକୁ ବିରୋଧ କରି ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ, ଏହି ବିଲ୍ ଅସାମ୍ବିଧାନିକ । ଆମେ ସମ୍ବିଧାନକୁ ବିଶ୍ୱାସ କରୁଥିବା ଲୋକ । ବିଜେପିର ଲୋକମାନେ ନାଗପୁରର ଆଇନ୍ ଥୋପିବାକୁ ଚାହୁଁଛନ୍ତି । ଯାହାକି ଆମକୁ ସ୍ୱୀକାର ନୁହେଁ । ଆମେ ବିଭିନ୍ନତାରେ ବିଶ୍ୱାସ କରୁ ବୋଲି କହିଛନ୍ତି ତେଜସ୍ୱୀ ଯାଦବ ।

ଏପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ କାର୍ଯ୍ୟାଳୟରେ ସକାଳ ୧୦ଟାରେ ବିଜେପିର ବୈଠକ ଆରମ୍ଭ ହୋଇଥିଲା। ବିଜେପିର ଲୋକସଭା ସଚେତକ ଏବଂ ଡେପୁଟି ସଚେତକଙ୍କ ସହ ରିଜିଜୁଙ୍କ ବୈଠକ ଚାଲିଛି। ବିଲ୍ ଉପସ୍ଥାପନା ଠାରୁ ଭୋଟିଂ ହେବା ପର୍ଯ୍ୟନ୍ତ ବୈଠକରେ ସମସ୍ତ ସାଂସଦଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ସଚେତକ ଏବଂ ଡେପୁଟି ସଚେତକଙ୍କୁ କୁହାଯାଇଛି। 

ବିରୋଧୀ ଦଳ  କିନ୍ତୁ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ସଂସଦରେ ଏହି ବିଲ୍‌କୁ ଦୃଢ଼ ବିରୋଧ କରିବେ। ଏପରି ପରିସ୍ଥିତିରେ, ଉଭୟ ପକ୍ଷରୁ ପ୍ରବଳ ସଂଘର୍ଷ ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ, ଆଜି ଦିନ ୧୨ଟାରେ ଲୋକସଭାରେ ବିତର୍କ ଆରମ୍ଭ ହେବ। ବିଲ୍ ଉପରେ ଆଲୋଚନା ପାଇଁ ବିଜେପିକୁ ୪ ଘଣ୍ଟା ସମୟ ଦିଆଯାଇଛି। ଘଊଇକୁ ମୋଟ ୪ ଘଣ୍ଟା ୪୦ ମିନିଟ୍ ସମୟ ଦିଆଯାଇଛି। ବିଲ୍ ଉପରେ ଆଲୋଚନା ପାଇଁ ୮ ଘଣ୍ଟା ସମୟ ଦିଆଯାଇଛି। ତଥାପି, ଆବଶ୍ୟକତା ଅନୁସାରେ ସମୟ ବୃଦ୍ଧି କରାଯାଇପାରିବ। ବାଚସ୍ପତି ଓମ୍ ବିର୍ଲା ଏହା ଉପରେ ନିଷ୍ପତ୍ତି ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe