କନକ ବ୍ୟୁରୋ : ୨୦୧୪ରେ କ୍ଷମତାକୁ ଆସିବା ପରେ ମୋଦୀ ସରକାର କିଛି ଏଭଳି ନିଷ୍ପତ୍ତି ନେଇଛନ୍ତି, ଯାହାର ସିଧା ପ୍ରଭାବ ମୁସଲମାନଙ୍କ ଉପରେ ପଡିଛି । ସିଏଏସ, ତିନି ତଲାକ ଓ ୟୁସିସି ପରେ ୱାକଫ ସଂଶୋଧନ ବିଲ ନେଇ ସରକାର ଆଗକୁ ବଢିଛନ୍ତି । ଯୁଗ୍ମ ସଂସଦୀୟ କମିଟି, ଜେପିସିର ସୁପାରିଶ ଆଧାରରେ ସଂଶୋଧିନ ବିଲକୁ ଲୋକସଭାରେ ଆଜି ଆଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ କରିଣ ରିଜଜୁ । ବିଲକୁ ପାଶ କରିବାକୁ ଏନଡିଏ ଓ ସହଯୋଗୀ ଦଳ ଏକାଠି ହୋଇଛନ୍ତି । 'ଇଣ୍ଡି' ମେଣ୍ଟ ବିଲ୍ ବିରୋଧରେ ଅଛି । ଲୋକସଭାରେ ସରଗରମ ବିତର୍କ ହୋଇଛି । ବିଲକୁ ନୀତିଶ କୁମାରଙ୍କ ଜେଡିୟୁ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସମର୍ଥନ କରୁଥିବାରୁ ବିଲ ଲୋକସଭାରେ ପାସ ହେବା ଏକପ୍ରକାର ପକ୍କା ହୋଇଛି ।
ଲୋକସଭାରେ ବିଲ ପାସ ହେବା ପରେ ଏହା ରାଜ୍ୟସଭାରେ ଆଗତ ହେବ । ବିଲକୁ ବିଜେଡି ବିରୋଧ କରିବ ବୋଲି କହିଛି । ରାଜ୍ୟସଭାରେ ଦଳର ୭ ଜଣ ସାଂସଦ ଅଛନ୍ତି । ଆଲୋଚନାରେ ବିଜେଡି ତରଫରୁ ମୁନ୍ନା ଖାଁ ସାମିଲ ହେବେ । ବିଜେଡି ବିଲରେ କିଛି ସଂଶୋଧନ ଚାହୁଁଥିଲେ ବି ଏହାକୁ ଅଗ୍ରାହ୍ୟ କରାଯାଇଛି । ପୂର୍ବରୁ ସୀମା ପୁନଃନିର୍ଦ୍ଧାରଣ ପ୍ରସ୍ତାବକୁ ବିରୋଧ କରି ଚେନ୍ନାଇରେ ଷ୍ଟାଲିନ ଡାକିଥିବା ବୈଠକରେ ସାମିଲ ହୋଇଥିଲା ବିଜେଡି । ଏବେ ୱାକଫ୍ ବିଲ୍କୁ ବିଜେଡିର ବିରୋଧ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଶ୍ନ ଉଠୁଛି, କଡ଼ ଲେଉଟାଉଛି କି ବିଜେଡି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/02/zhweAL4AgBcgYvU5u4ca.jpg)