ଆଇନରେ ପରିଣତ ହେଲା ୱାକଫ୍ ସଂଶୋଧିତ ବିଲ୍ ; ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ମିଳିଲା ମାନ୍ୟତା

ଆଇନରେ ପରିଣତ ହେଲା ୱାକଫ ସଂଶୋଧିତ ବିଲ୍ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ମିଳିଲା ଆଇନର ମାନ୍ୟତା । ପୂର୍ବରୁ ସଂସଦର ଦୁଇ ଗୃହରେ ପାରିତ ହୋଇସାରିଥିଲା ବିଲ୍ । 

ୱାକଫ୍ ସଂଶୋଧିତ ବିଲ୍

ୱାକଫ୍ ସଂଶୋଧିତ ବିଲ୍ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଆଇନରେ ପରିଣତ ହେଲା ୱାକଫ୍ ସଂଶୋଧନ ବିଲ୍ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହୋଇଛି । ପୂର୍ବରୁ ଏହି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଲୋକସଭାରେ ବିଲ୍ ସପକ୍ଷରେ ୨୨୮ଟି ଭୋଟ୍ ପଡ଼ିଥିଲା ବେଳେ ଏହା ବିରୋଧରେ ୨୩୨ଟି ଭୋଟ୍ ପଡ଼ିଥିଲା । ଅନ୍ୟପଟେ ରାଜ୍ୟସଭାରେ ୧୨୮ ଜଣ ସାଂସଦ ୱାକଫ୍ ବିଲ୍‌କୁ ସମର୍ଥନ କରିଥିଲେ । ୯୫ ଜଣ ବିରୋଧ କରିଥିଲେ । ଏବେ ଏହା ଆଇନରେ ପରିଣତ ହୋଇସାରିଛି । ତେବେ କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ଏଆଇଏମଆଇଏମ୍ ସୁପ୍ରିମକୋର୍ଟରେ ବିଲ୍ ବିରୋଧରେ ଆବେଦନ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe