କନକ ବ୍ୟୁରୋ: ଆଇନରେ ପରିଣତ ହେଲା ୱାକଫ୍ ସଂଶୋଧନ ବିଲ୍ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହୋଇଛି । ପୂର୍ବରୁ ଏହି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଲୋକସଭାରେ ବିଲ୍ ସପକ୍ଷରେ ୨୨୮ଟି ଭୋଟ୍ ପଡ଼ିଥିଲା ବେଳେ ଏହା ବିରୋଧରେ ୨୩୨ଟି ଭୋଟ୍ ପଡ଼ିଥିଲା । ଅନ୍ୟପଟେ ରାଜ୍ୟସଭାରେ ୧୨୮ ଜଣ ସାଂସଦ ୱାକଫ୍ ବିଲ୍‌କୁ ସମର୍ଥନ କରିଥିଲେ । ୯୫ ଜଣ ବିରୋଧ କରିଥିଲେ । ଏବେ ଏହା ଆଇନରେ ପରିଣତ ହୋଇସାରିଛି । ତେବେ କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ଏଆଇଏମଆଇଏମ୍ ସୁପ୍ରିମକୋର୍ଟରେ ବିଲ୍ ବିରୋଧରେ ଆବେଦନ କରିଛନ୍ତି ।