କନକ ବ୍ୟୁରୋ: ୱାକଫ ସଂଶୋଧନ ବିଲ ଆଇନରେ ପରିଣତ ହୋଇସାରିଲାଣି ତଥାପି ଥମୁନି ଝଡ଼ । ୱାକଫ ସଂଶୋଧନ ଆଇନକୁ ମୁସଲିମ ବିରୋଧୀ କହି ବିରୋଧ କରୁଛନ୍ତି ବିଭିନ୍ନ ଦଳ, ମୁସଲିମ ନେତା । ସେପଟେ ଜେଡିୟୁରୁ ଜଣଙ୍କ ପରେ ଜଣେ ନେତା ନୀତୀଶଙ୍କ ହାଥ ଛାଡୁଥିବାବେଳେ ସେପଟେ ଜମ୍ମୁକାଶ୍ମୀର ବିଧାନସଭାରେ ପ୍ରବଳ ହଙ୍ଗାମା କରିଛି ନ୍ୟାସନାଲ କନଫେରେନ୍ସ ।

Advertisment

ୱାକଫ ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବା ପରେ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ପ୍ର୍‌ଥମ ଚିତ୍ର ଥିଲା ଜମ୍ମୁକାଶ୍ମୀର ବିଧାନସଭାରେ ହଙ୍ଗାମା, ଦ୍ବିତୀୟରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ, ତୃତୀୟ ଚିତ୍ର ଥିଲା ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଓ ୪ର୍ଥ ଚିତ୍ର ଥିଲା ଜେଡିୟୁରେ କନ୍ଦଳ । ୱାକଫ ସଂଶୋଧନ ବିଲ ସଂସଦର ଉଭୟ ଗୃହରେ ପାରିତ ହେବାପରେ ରାଷ୍ଟ୍ରପତିଙ୍କ ମୋହର ବାଜି ଆଇନରେ ପରିଣତ ହୋଇଛି ତଥାପି ଏହାକୁ ନେଇ ଚାଲିଛି ବିରୋଧ । ଏହାର ମୁସ୍‌ଲିମ ବିରୋଧୀ ଆଇନ କହି ଆଜି ଜମ୍ମୁକାଶ୍ମୀର ବିଧାନସଭାରେ ପ୍ରବଳ ହଙ୍ଗାମା କରିଛି ନ୍ୟାସନାଲ କନଫେରେନ୍ସ ଦଳ । 
 
ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ବିକ୍ଷୋଭ କରୁଛନ୍ତି ବିଭିନ୍ନ ମୁସଲିମ ସଂଗଠନ ଅନ୍ୟପଟେ ଜେଡିୟୁର ବିଲକୁ ସମର୍ଥନ ଦଳକୁ ଦୁଇ ଭାଗ କରିବାକୁ ବସିଲାଣି । ଏବେ ସୁଦ୍ଧା ୧୫ରୁ ଅଧିକ ମୁସଲିମ ନେତା ଦଳ ଛାଡି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଆଗକୁ ଆସିବାକୁ ଥିବା ବିଧାନସଭା ନିର୍ବାଚନରେ ମୁସଲିମ ଭୋଟ କମିବା ସହ ଜେଡିୟୁକୁ ବଡ଼ କ୍ଷତି ସହିବାକୁ ପଡିବା ସମ୍ଭାବନା ମଧ୍ୟ କିଛି କମ ନାହିଁ । ସେପଟେ କଂଗ୍ରେସ ସମତେ ୪ଟି ଦଳ ୱାକଫ ସଂଶୋଧନ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।
 
ସେହିଭଳି ୱାକଫ ସଂଶୋଧନ ଆଇନକୁ ନେଇ ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ନ୍ୟାସନାଲ କନଫେରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ତୀବ୍ର ସମାଲୋଚନା କରିଛନ୍ତି । ଶ୍ରୀନଗରର ତୁଲିପ ଗାର୍ଡେନରେ ଦୁଇ ପିତାପୁତ୍ର କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁଙ୍କ ସହ ଫଟୋକୁ ସେୟାର କରି ତାତ୍ସଲ୍ୟ କରିଛନ୍ତି ।