ଡ୍ରେନ୍ କାମ ବେଳେ ଭୁଶୁଡ଼ିଲା ପାଚେରୀ, ୨ ମୃତ

Advertisment

ପାଚେରି କାନ୍ଥ ତଳେ ଚାପି ହୋଇ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ପାଚେରି କାନ୍ଥ ତଳେ ଚାପି ହୋଇ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।

Wall Collapses

Wall Collapses Photograph: (Kanak News)

କନକ ବ୍ୟୁରୋ : ଡ୍ରେନ କାମ ବେଳେ ଭୁଶୁଡିଲା ପାଚେରି । ଭୁବନେଶ୍ୱର ବଡ଼ଗଡ଼ ଭୋଇ ସାହିରେ ବଡ଼ ଅଘଟଣ । ପାଚେରି କାନ୍ଥ ତଳେ ଚାପି ହୋଇ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏବେ ବି ୨ ଗୁରୁତରଙ୍କ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ : ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବ; ଆସନ୍ତା ୩ ଘଣ୍ଟା ପାଇଁ ଟ୍ୱିନ୍‌ସିଟିକୁ ଘଡ଼ଘଡ଼ି ସହ ବର୍ଷା ଚେତାବନୀ

ସେପଟେ ଭୁବନେଶ୍ୱର ଲିଙ୍ଗିପୁର ସ୍ଥିତ ସୁପରମାର୍ଟରେ ଅଗ୍ନିକାଣ୍ଡ ଘଟଣା । ପ୍ରାୟ ୧୮ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ । ଲଗାତାର ପାଣି ଓ ଫୋମ୍ ସ୍ପ୍ରେ ଦ୍ୱାରା ନିଆଁ ଆୟତ୍ତ ହୋଇଥିବା ଅଗ୍ନିଶମ ଡିଜି ସୂଚନା ଦେଇଛି । ନିଆଁ ଲିଭାଇବାକୁ ନାକେଦମ ହୋଇଥିଲା ଅଗ୍ନିଶମ ଟିମ୍ । ଦହନଶୀଳ ସାମଗ୍ରୀ ପାଇଁ ନିଆଁ ଅଣାୟତ ହୋଇପଡ଼ିଥିଲା । ଏଥିପାଇଁ ୧୮ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ନିଆଁର ପ୍ରଭାବ ଏତେ ଥିଲା ଯେ, ଛାତ ଫାଟିଯାଇଥିଲା । ଯେହେତୁ ସୁପରମାର୍ଟକୁ ଯିବା ପାଇଁ ପ୍ରବେଶ ଓ ବାହାରିବା ଦ୍ୱାର ଗୋଟିଏ, ତେଣୁ ଅଗ୍ନିଶମ ଟିମକୁ ନିଆଁ ଲିଭାଇବାରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe