କନକ ବ୍ୟୁରୋ : ଅଭିଯୋଗ ନେଇ ପୁଣି ରାଜରାସ୍ତାରେ ଚାଲିଲେ ଅନ୍ତେବାସୀ । ରାତିର ଅନ୍ଧାରରେ ହଷ୍ଟେଲ ଗେଟ୍ ଡେଇଁ ଚାଲିଚାଲି ଆସି ବାରିପଦାରେ ପହଞ୍ଚିଛନ୍ତି ହଷ୍ଟେଲ ଅନ୍ତେବାସୀ । କାରଣ ହେଉଛି ପିଲାଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। ମୟୂରଭଞ୍ଜ ଜିଲ୍ଲା ବାସିପିଠା ଆଶ୍ରମ ଅନ୍ତେବାସୀଙ୍କୁ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯିବା ସହ ଗାଳି ଗୁଲଜ କରାଯାଉଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । 

Advertisment

ଘଟଣା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ବିଳମ୍ବିତ ରାତ୍ରିରେ ହଷ୍ଟେଲ ପାଚେରୀ ଡେଇଁ ପାଖା ପାଖି ୨୫ କି.ମି ରାସ୍ତା ଅତିକ୍ରମ କରି ବାରିପଦାରେ ପହଞ୍ଚିଥିଲେ ଆଶ୍ରମସ୍କୁଲର ଶତାଧିକ ଅନ୍ତେବାସୀ । ଜିଲ୍ଲାପାଳଙ୍କୁ ଭେଟିବେ ସମସ୍ୟା ଜଣାଇବେ । ହେଲେ ଜିଲ୍ଲାପାଳ ନଥିବାରୁ ଭିଡ଼ିଓ କଲ ମାଧ୍ୟମରେ ପିଲାମାନଙ୍କୁ ବୁଝା ସୁଝା କରାଯାଇଥିଲା । ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତେବାସୀଙ୍କୁ ବୁଝାଇବା ସହ ନିର୍ଭର ପ୍ରତିଶ୍ରୁତି ଦେଇ ପିଲାଙ୍କୁ ବସ୍ ଯୋଗେ ବିଦ୍ୟାଳୟ ଫେରାଇ ନିଆଯାଇଛି ।