କନକ ବ୍ୟୁରୋ : ଷ୍ଟେସନରେ ଟ୍ରେନକୁ ଅପେକ୍ଷା ପାଇଁ ଲାଗୁଛି ଚାର୍ଜ । ଘଣ୍ଟାଏ ବସିଲେ ଦେବାକୁ ପଡୁଛି ୧୦ରୁ ୧୨ଟଙ୍କା । ଆଉ ଛୋଟ ପିଲାଙ୍କ ପାଇଁ ଏହା ଘଣ୍ଟାକୁ ୫ ଟଙ୍କା । ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଏଭଳି ନିୟମ କରାଯାଇଛି । ଫଳରେ ଯାତ୍ରୀ ମହଲରେ ଦେଖାଦେଇଛି ଅସନ୍ତୋଷ । ଖୋର୍ଦ୍ଧା ରୋଡ ଷ୍ଟେସନ ବହୁ ପୁରାତନ ଷ୍ଟେସନ ଭାବରେ ବେଶ ଜଣାଶୁଣା । ଭାରତର ପ୍ରାୟ ସମସ୍ତ ସ୍ଥାନକୁ ଏହି ଷ୍ଟେସନ ଦେଇ ଯାତୟାତ କରିହୁଏ । ଯାତାୟାତ ସମୟରେ ଯାତ୍ରୀମାନେ ଟ୍ରେନକୁ ଷ୍ଟେସନରେ ଅପେକ୍ଷା କରିଥାନ୍ତି । କିନ୍ତୁ ଖୋର୍ଦ୍ଧା ଷ୍ଟେସନରେ ଟ୍ରେନକୁ ଷ୍ଟେସନରେ ଅପେକ୍ଷା କରିବାକୁ ଅତିରିକ୍ତ ମୂଲ୍ୟ ଦେବାକୁ ପଡ଼ୁଛି । ବଡ଼ ଲୋକଙ୍କ ପାଇଁ ଏହି ନିର୍ଦ୍ଧାରିତ ମୂଲ୍ୟ ଘଣ୍ଟା ପ୍ରତି ୧୦ରୁ ୧୨ଟଙ୍କା ରହିଥିବା ବେଳେ ଛୋଟ ପିଲାଙ୍କ ପାଇଁ ଏହି ମୂଲ୍ୟ ୫ ଟଙ୍କା ରହିଛି । ଯାହା ପାଇଁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଟ୍ରେନ ବିଳମ୍ବରେ ରେଳ ବିଭାଗ ଦାୟୀ ରହୁଛି । ତେବେ ଯାତ୍ରୀଙ୍କୁ କାହିଁକି ଏହାର ଅତିରିକ୍ତ ମୂଲ୍ୟ ଦେବାକୁ ପଡିବ ତାହା ସବୁଠୁ ବଡ଼ ପ୍ରଶ୍ନ । ସେପଟେ ଏନେଇ ରେଳ ଵିଭାଗର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଯାତ୍ରୀଙ୍କ ପାଇଁ ମୁକ୍ତ ପ୍ରତୀକ୍ଷାଳୟ ବନାଇବା ପରିବର୍ତ୍ତେ ଷ୍ଟେସନରେ ପ୍ରତୀକ୍ଷା ପାଇଁ ଅତିରିକ୍ତ ମୂଲ୍ୟ ଦେବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ଯାତ୍ରୀ । ଏବଂ ଆଗକୁ କାଳେ ଷ୍ଟେସନରେ ଅଲଗା ସୁବିଧା ପାଇଁ ରେଳ ବିଭାଗ ଅତିରିକ୍ତ ମୂଲ୍ୟ ନଲଗାଇଦେବ ତାହା ଉପରେ ମଧ୍ୟ କିଛି ଭରସା କରାଯାଇପାରୁନି ।