କନକ ବ୍ୟୁରୋ : କିଛିଦିନ ହେବ ଏଆର୍ ରେହେମନଙ୍କ ବିବାଦ ଦେଖିବାକୁ ମିଳୁଛି । ବିବାଦ ତାଙ୍କ ପିଛା ଛାଡୁନି । ତାଙ୍କ କ୍ୟାରିଅର୍ ସଙ୍କଟରେ ଥିବାକୁ ନେଇ ସେ ଗଣମାଧ୍ୟମରେ କହିଛନ୍ତି । ତାଙ୍କର ଏପରି ମନ୍ତବ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବଲିଉଡର ଜଣାଶୁଣା ଅଭିନେତ୍ରୀ ଓ୍ବାଇଧର ରେହେମନଙ୍କୁ ପଚରାଯିବା ପରେ ସେ ମଧ୍ୟ ନିଜର ମନ୍ତବ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ କାମରେ ଏମିତି ଉତ୍ଥାନ ପତନ ଆସେ । ଏହା କୌଣସି ଏକ ବଡ କଥା ନୁହେଁ । ଶାନ୍ତିରେ କାମ କର । ଆମ ଦେଶ ସବୁଠାରୁ ଭଲ ଦେଶ । ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଜୀବନଯାପନ କରିବାକୁ ପ୍ରେରଣା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଏ ବୟସରେ କୌଣସି ମନ୍ତବ୍ୟ ଦେବା ଠିକ ନୁହେଁ ।
ଅଧିକ ପଢନ୍ତୁ : ସୂର୍ଯ୍ୟଙ୍କୁ କରନ୍ତୁ ଜଳ ଅର୍ପଣ : ଖୋଲିଯିବ ଭାଗ୍ୟର ଦ୍ବାର !
ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଆମେ କିଛି କାମ କରିଥାଆନ୍ତି ସେତେବେଳେ ଆମକୁ ବହୁତ ଲୋକ ତଳେ ପକାଇବାକୁ ଚେଷ୍ଟା କରିଥାଆନ୍ତି । ନୂଆ ଲୋକ ଆଣିବାକୁ ଚେଷ୍ଟା କରିଥାନ୍ତି । ହେଲେ କିଛି ଭୁଲ୍ ବୁଝାମଣା ଯୋଗୁଁ ଲୋକ ଏହାର ଶିକାର ହୋଇଯାଆନ୍ତି । ଭାରତରେ ଅତି ଶାନ୍ତିପୂର୍ଣ୍ଣ ଭାବେ ଜୀବନ ଜୀଇଁବା ପାଇଁ ଗଣମାଧ୍ୟମ ସାମ୍ନାରେ ମତପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ହୁଏତ ତାଙ୍କୁ କାମ ମିଳୁନି ବୋଲି ସେ ସୋସିଆଲ୍ ମିଡିଆରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏଥିରେ କୌଣସି ବଡ କଥା ନୁହେଁ । ସମସ୍ତଙ୍କର ନିଜସ୍ବ ମତ ରହିଛି । ସେଥିପାଇଁ ଭାରତ ଏକ ସୁନ୍ଦର ଦେଶ । ଜାତି , ଧର୍ମ, ବର୍ଣ୍ଣ , ଲିଙ୍ଗ ନିର୍ବିଶେଷରେ ସସ୍ତେ ସମାନ । ଜୀବନରେ ଅଯଥା କଥାରେ ମୁଣ୍ଡ ନପୁରାଇ ଶାନ୍ତିରେ ରହିବାକୁ ମତ ପ୍ରକାଶ କରିଛନ୍ତି ।
Follow Us