କନକ ବ୍ୟୁରୋ : କିଛିଦିନ ହେବ ଏଆର୍ ରେହେମନଙ୍କ ବିବାଦ ଦେଖିବାକୁ ମିଳୁଛି ।  ବିବାଦ ତାଙ୍କ ପିଛା ଛାଡୁନି  ।  ତାଙ୍କ କ୍ୟାରିଅର୍ ସଙ୍କଟରେ ଥିବାକୁ ନେଇ ସେ ଗଣମାଧ୍ୟମରେ କହିଛନ୍ତି  ।  ତାଙ୍କର ଏପରି ମନ୍ତବ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବଲିଉଡର ଜଣାଶୁଣା  ଅଭିନେତ୍ରୀ ଓ୍ବାଇଧର ରେହେମନଙ୍କୁ ପଚରାଯିବା  ପରେ ସେ ମଧ୍ୟ ନିଜର ମନ୍ତବ୍ୟ ପ୍ରକାଶ କରିଛନ୍ତି ।  ସେ କହିଛନ୍ତି ଯେ କାମରେ ଏମିତି  ଉତ୍ଥାନ ପତନ ଆସେ  ।  ଏହା କୌଣସି ଏକ ବଡ କଥା ନୁହେଁ  । ଶାନ୍ତିରେ କାମ କର  ।  ଆମ ଦେଶ ସବୁଠାରୁ ଭଲ ଦେଶ ।  ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଜୀବନଯାପନ କରିବାକୁ ପ୍ରେରଣା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଏ ବୟସରେ କୌଣସି ମନ୍ତବ୍ୟ ଦେବା ଠିକ ନୁହେଁ ।

Advertisment

ଅଧିକ ପଢନ୍ତୁ : ସୂର୍ଯ୍ୟଙ୍କୁ କରନ୍ତୁ ଜଳ ଅର୍ପଣ : ଖୋଲିଯିବ ଭାଗ୍ୟର ଦ୍ବାର !

 ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଆମେ କିଛି କାମ କରିଥାଆନ୍ତି  ସେତେବେଳେ ଆମକୁ ବହୁତ ଲୋକ ତଳେ ପକାଇବାକୁ ଚେଷ୍ଟା କରିଥାଆନ୍ତି ।  ନୂଆ ଲୋକ ଆଣିବାକୁ ଚେଷ୍ଟା କରିଥାନ୍ତି । ହେଲେ କିଛି ଭୁଲ୍ ବୁଝାମଣା ଯୋଗୁଁ ଲୋକ ଏହାର ଶିକାର ହୋଇଯାଆନ୍ତି । ଭାରତରେ ଅତି ଶାନ୍ତିପୂର୍ଣ୍ଣ ଭାବେ ଜୀବନ ଜୀଇଁବା ପାଇଁ ଗଣମାଧ୍ୟମ ସାମ୍ନାରେ ମତପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ହୁଏତ ତାଙ୍କୁ କାମ ମିଳୁନି ବୋଲି ସେ ସୋସିଆଲ୍ ମିଡିଆରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏଥିରେ କୌଣସି ବଡ କଥା ନୁହେଁ । ସମସ୍ତଙ୍କର ନିଜସ୍ବ ମତ ରହିଛି ।  ସେଥିପାଇଁ ଭାରତ ଏକ ସୁନ୍ଦର ଦେଶ । ଜାତି , ଧର୍ମ, ବର୍ଣ୍ଣ , ଲିଙ୍ଗ ନିର୍ବିଶେଷରେ ସସ୍ତେ ସମାନ । ଜୀବନରେ ଅଯଥା କଥାରେ ମୁଣ୍ଡ ନପୁରାଇ ଶାନ୍ତିରେ ରହିବାକୁ ମତ ପ୍ରକାଶ କରିଛନ୍ତି  ।