କନକ ବ୍ୟୁରୋ: ଉନ୍ନତି ହେବା ବଦଳରେ ଅବନତି ହୋଇଚାଲିଛି । ୧୨ ବର୍ଷ ହେଲା ଷ୍ଟାଡିୟମ ଦେଖିନି ରଣ୍‌ଜୀ ମ୍ୟାଚ୍ । ରକ୍ଷଣାବେକ୍ଷଣ ଅଭାଗରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ । 

Advertisment

ଷ୍ଟାଡିୟମ ନା ଓପନ ବାର୍!
ପାଲଟିଛି ନିଶାଖୋରଙ୍କ ଆଡ୍ଡାସ୍ଥଳୀ 
କ’ଣ କରୁଛି ପ୍ରଶାସନ?
କେଉଁଠି ଶୋଇଛି କ୍ରୀଡ଼ାସଂଘ? 

ଯୁଆଡ଼େ ଦେଖିବ, ଗଡ଼ୁଛି ମଦ ଓ କଫ୍‌ସିରଫ୍ ବୋତଲ। ଯେଉଁ ଷ୍ଟାଡିୟମରେ ଦିନେ ବୀରେନ୍ଦ୍ର ସେୱାଗ, ଗୌତମ ଗମ୍ଭୀର ଓ ଆଶିଷ ନେହରାଙ୍କ ଭଳି କିମ୍ବଦନ୍ତୀ ଖେଳାଳି କ୍ରିକେଟ୍ ଖେଳିଥିଲେ ତାର ଆଜି ଏ ଦୟନୀୟ ଅବସ୍ଥା। 

ଅଧିକ ପଢ଼ନ୍ତୁ : ଧୋଇଗଲା ପ୍ରଥମ ପର୍ଯ୍ୟାୟ ଅଧିବେଶନ; ଚାଲିଲା କମ୍‌, କୋଳାହଳ ବେଶି

ଗୋଟିଏ ଗ୍ୟାଲେରୀ ଭାଙ୍ଗିବା ଅବସ୍ଥାରେ । ଏମିତିକି ଷ୍ଟାଡିୟମର ଗୋଟିଏ ଗେଟ୍ ଚୋରି ହୋଇଯାଇଛି। ଗ୍ୟାଲେରୀ ଉପରେ ନିଶା ସେବନ କରୁଛନ୍ତି, ଆଉ କାଚ ବୋତଲ ଷ୍ଟାଡିୟମରେ ପକାଉଛନ୍ତି ମଦୁଆ । ତଥାପି କାହାର ନିଘା ନାହିଁ । 
              ଷ୍ଟାଡିୟମର ଏ ଅବସ୍ଥା ପାଇଁ ଦାୟୀ କିଏ? 
              କାହା ପାଖେ ନାହିଁ ଉତ୍ତର

ଏପଟେ ଷ୍ଟାଡିୟମର ଉନ୍ନତିକରଣ ପାଇଁ ୩୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କାହିଁକି କାମ ବିଳମ୍ବ ହେଉଛି ସେ ନେଇ ଉଠିଛି ପ୍ରଶ୍ନ। ଅନ୍ୟପଟେ ଷ୍ଟାଡିୟମକୁ ନୂଆ ରୂପ ଦେବାକୁ ଡିପିଆର୍ ପ୍ରସ୍ତୁତି ହୋଇଥିବା କହିଛନ୍ତି ଜିଲ୍ଲା କ୍ରୀଡ଼ା ଅଧିକାରୀ ।