କନକ ବ୍ୟୁରୋ: ମହାରାଷ୍ଟ୍ରରେ ଗୋଟିଏ ପର୍ୟ୍ୟାୟରେ ଏବଂ ଝାଡଖଣ୍ଡରେ ଦୁଇଟି ପର୍ୟ୍ୟାୟରେ ହେବ ବିଧାନସଭା ନିର୍ବାଚନ । ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ଭୋଟ୍ ପଡିବାକୁ ଥିବାବେଳେ । ଝାଡଖଣ୍ଡରେ ନଭେମ୍ବର ୧୩ ଓ ନଭେମ୍ବର ୨୦ ତାରିଖରେ ପଡିବ ଭୋଟ୍ । ଏନେଇ ମଙ୍ଗଳବାର ମୁଖ୍ୟ ନିର୍ବାଚନ କମିଶନ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଅକ୍ଟୋବର ୨୨ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ଅକ୍ଟୋବର ୨୯ ତାରିଖ ଭିତରେ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଭରିବେ । ଅକ୍ଟୋବର ୩୦ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ସହ, ନଭେମ୍ବର ୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଏହାପରେ ଯାଇ ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ଆଉ ନଭେମ୍ବର ୨୩ ତାରିଖରେ ମହାରାଷ୍ଟ୍ର ବିଧାନସଭାର ଫଳାଫଳ ଆସିବ ।
Schedule for General Election to Legislative Assembly of #Maharashtra,2024 to be held in a single phase.
— Election Commission of India (@ECISVEEP) October 15, 2024
Details in images👇#MaharashtraAssemblyElections2024#ECI#Schedulepic.twitter.com/XF4FXebtJR
ସେହିପରି ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୧୩ ଓ ୨୦ ତାରିଖରେ ଭୋଟ୍ ଗ୍ରହଣ ହେବ । ଆଉ ନଭେମ୍ବର ୨୩ ତାରିଖରେ ଆସିବ ଝାଡଖଣ୍ଡ ନିର୍ବାଚନର ଫଳାଫଳ । ଅର୍ଥାତ ଉଭୟ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭାର ଫଳାଫଳ ନଭେମ୍ବର ୨୩ ତାରିଖରେ ଆସିବ ।
Schedule for General Election to Legislative Assembly of #Jharkhand to be held in two phases.
— Election Commission of India (@ECISVEEP) October 15, 2024
Details in images👇#JharkhandAssemblyElections2024#ECI#Schedulepic.twitter.com/mVOfJ5D7Pw
ମହାରାଷ୍ଟ୍ରର ମୋଟ ୨୮୮ ବିଧାନସଭା ସିଟ୍ ପାଇଁ ଭୋଟଗ୍ରହଣ କରାଯିବ । ଯେଉଁଥିରେ ମହାରାଷ୍ଟ୍ରର ୯.୬୩ କୋଟି ଭୋଟର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତେବେ ଭୋଟ୍ ପାଇଁ ମୋଟ ୧ ଲକ୍ଷ ୧୮୬ ପୋଲିଂ ଷ୍ଟେସନ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ଝାଡଖଣ୍ଡର ୮୧ଟି ବିଧାନସଭା ସିଟ୍ ପାଇଁ ମୋଟ ୨.୬ କୋଟି ଭୋଟର ଭୋଟ୍ ଦେବେ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏଥିସହ ଝାଡଖଣ୍ଡ ପାଇଁ ୨୯ ହଜାରରୁ ଅଧିକ ପୋଲିଂ ଷ୍ଟେସନ ନିର୍ମାଣ କରାଯାଇଛି ବୋଲି ଇସିଆଇ ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ରରେ ଭୋଟିଂ ପ୍ରକ୍ରିୟାକୁ ସଫଳ କରିବାକୁ ଇସିଆଇ ଅନେକ ନିଷ୍ପତ୍ତି ନେଇଛନ୍ତି । ପୋଲିଂ ଷ୍ଟେସନରେ ପାନୀୟ ଜଳ ସହ ଶୌଚାଳୟ, ହ୍ୱିଲଚେୟାର, ହେଲ୍ପ ଡେସ୍କ ଆଦିର ବ୍ୟବସ୍ଥା ରହିବ ବୋଲି ସୂଚନା ଦିଆଯାଇଛି । ତେବେ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ପାଇଁ ଘରୁ ଭୋଟ୍ ଦାନ ବ୍ୟବସ୍ଥା ରହିବ । ଏହାସହ ଦିବ୍ୟାଙ୍ଗ ଭୋଟର ମଧ୍ୟ ଘରୁ ଭୋଟ୍ ଦେଇପାରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।