କନକ ବ୍ୟୁରୋ: ଉପରାଷ୍ଟ୍ରପତି ପଦବୀ ପାଇଁ ସଂସଦରେ ଚାଲିଛି ଭୋଟିଂ। ସକାଳ ୧୦ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପହଞ୍ଚି ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାପରେ ବିଭିନ୍ନ ଦଳର ସାଂସଦମାନେ ପହଞ୍ଚି ନିଜ ମତ ସାବ୍ୟସ୍ତ କରୁଛନ୍ତି। ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ। ସନ୍ଧ୍ୟା ୬ଟାରେ ହେବ ଭୋଟ୍ ଗଣତି। ମୈଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ବନାମ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ । ତାମିଲନାଡ଼ୁର ରାଧାକ୍ରିଷ୍ଣନ ଜଣେ ପୋଖତ୍ ରାଜନେତା ତଥା ମହାରାଷ୍ଟ୍ର ରାଜ୍ୟପାଳ ହୋଇଥିବା ବେଳେ, ତେଲେଙ୍ଗାନାର ସୁଦର୍ଶନ ରେଡ୍ଡୀ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏବଂ ଅଣରାଜନୈତିକ ବ୍ୟକ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦ ହିଁ ଭୋଟ ଦେଇପାରିବେ। ଉପରାଷ୍ଟ୍ରପତି ନିର୍ବାଚନରେ ୭୮୧ ସାଂସଦ ଭୋଟ ଦେବେ। ବିଜେଡ଼ି ଓ ବିଆରଏସ୍ର ସାଂସଦ ଭୋଟ ଦେଉନଥିବାରୁ ବିଜୟ ପାଇଁ ୩୮୬ ଜଣଙ୍କ ଭୋଟ ଆବଶ୍ୟକ। ଏଭଳି କ୍ଷେତ୍ରରେ ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ ବୋଲି କୁହାଯାଉଛି । ତଥାପି ନିର୍ବାଚନରେ ଦଳୀୟ ହ୍ବିପ୍ କାମ କରୁନଥିବାରୁ କ୍ରସ୍ ଭୋଟିଂ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ସେପଟେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ। ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି। ଭୋଟ୍ ଦାନ ପ୍ରକ୍ରିୟାରୁ ବିରତି ରହିବ। ଭୋଟ୍ ସମୟରେ ଅନୁପସ୍ଥିତ ରହିବେ ବିଜେଡି ସାଂସଦ। ଏନ୍ଡିଏ ଓ ଇଣ୍ଡିଆ ବ୍ଲକ ଠାରୁ ସମଦୂରତା ରଖୁଛୁ ବୋଲି କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ସସ୍ମିତ ପାତ୍ର। ସେହିପରି ବିଆରଏସ୍ ଓ ସିରୋମଣି ଅକାଳୀ ଦଳ ମଧ୍ୟ ମତଦାନରୁ ନିବୃତ ରହିବେ ବୋଲି ଘୋଷଣା କରିଛନ୍ତି। ମୋଟ ୧୨ ସାଂସଦ ମତ ସାବ୍ୟସ୍ତ କରିବେ ନାହିଁ।
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି: ସଂସଦରେ ପହଞ୍ଚି ପ୍ରଥମେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ତାମିଲନାଡ଼ୁର ରାଧାକ୍ରିଷ୍ଣନ ଜଣେ ପୋଖତ୍ ରାଜନେତା ତଥା ମହାରାଷ୍ଟ୍ର ରାଜ୍ୟପାଳ ହୋଇଥିବା ବେଳେ, ତେଲେଙ୍ଗାନାର ସୁଦର୍ଶନ ରେଡ୍ଡୀ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏବଂ ଅଣରାଜନୈତିକ ବ୍ୟକ୍ତି।
/kanak/media/media_files/2025/09/09/49-2025-09-09-15-05-56.jpg)