କନକ ବ୍ୟୁରୋ: ହରିୟାଣା ବିଧାନସଭା ପାଇଁ ଆଜି ପଡିବ ଭୋଟ । ଘଣ୍ଟାଏ ପରେ ମତଦାନ କେନ୍ଦ୍ରକୁ ଯାଇ ମତାଧିକାର ସାବ୍ୟସ୍ତ କରିବେ ଭୋଟର । ଆଜି ୯୦ଟି ଆସନ୍ ପାଇଁ ମତଦାନ ଗ୍ରହଣ କରାଯିବ ଏବଂ ଅକ୍ଟୋବର ୮ ତାରିଖରେ ଭୋଟ ଫଳାଫଳ ଆସିବ । ହରିୟାଣାରେ ଚଳିତ ନିର୍ବାଚନ ରୋଚକ ହେବାକୁ ଯାଉଛି । ଶାସକ ଦଳ ବିଜେପି ପୁଣି ଥରେ ବିଜୟୀ ହୋଇ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ରହିଛି ।
ସେହିପରି ଦୀର୍ଘ ଦିନ ପରେ କ୍ଷମତା ଗାଦିକୁ ଫେରିବା ଆଶା ରଖିଛି କଂଗ୍ରେସ । ଅନ୍ୟପଟେ ଆମ ଆଦମୀ ପାର୍ଟି, ଜେଜେପି-ଆଜାଦ ସମାଜ ପାର୍ଟି, ଆଇଏନଏଲଡି-ପିଏସପି ମେଣ୍ଟ ଭାବେ ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଥରେ ନିର୍ବାଚନୀ ମୈଦାନରେ ମୋଟ ୯୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୨୦ ହଜାର ୧୦୩୧ ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ୧୦୧ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ୨ କୋଟି ୩ ଲକ୍ଷ ୫୪ହଜାରରୁ ଅଧିକ ଭୋଟର ଭୋଟ ଦେଇ ଦିଗଗଜ ନେତା ଓ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିପାଇଁ ରାଜ୍ୟରେ ୨୦ ହଜାର ୬୩୨ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରିବାର ବ୍ୟବସ୍ଥା ହୋଇଛି । ମତଦାନକୁ ଆଖିରେ ରଖି ସାରା ରାଜ୍ୟରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯଇଛି ।
ଭୋଟ୍ ଦେଉଛି ହରିୟାଣା:
ହରିୟାଣା ବିଧାନସଭାର ମୋଟ୍ ୯୦ଟି ଆସନ
ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୨୦ ହଜାର ୧୦୩୧ ଜଣ ପ୍ରାର୍ଥୀ
ସେମାନଙ୍କ ମଧ୍ୟରେ ରହିଛନ୍ତି ୧୦୧ ଜଣ ମହିଳା ପ୍ରାର୍ଥୀ
୨ କୋଟି ୩ ଲକ୍ଷ ୫୪ହଜାରରୁ ଅଧିକ ଭୋଟର ଦେଉଛନ୍ତି ଭୋଟ୍
୨୦୧୯ ନିର୍ବାଚନରେ କାହାକୁ ମିଳିନଥିଲା ସଂଖ୍ୟାଗରିଷ୍ଠତା
ବିଜେପିକୁ ମିଳିଥିଲା ସର୍ବାଧିକ ୪୦ଟି ଆସନ
୩୧ଟି ଆସନରେ ସନ୍ତୁଷ୍ଟ ହୋଇଥିଲା କଂଗ୍ରେସ
୧୦ଟି ଆସନ ଜିତିଥିଲା ଜନନାୟକ ଜନତା ପାର୍ଟି
କିଙ୍ଗମେକର ସାଜିଥିଲେ ଦୁଶ୍ୟନ୍ତ ଚୌଟାଲା
ପାରିବାରିକ ବିବାଦରୁ ଓଘଖଊରୁ ଅଲଗା ହୋଇଥିଲେ ଦୁଶ୍ୟନ୍ତ
ଜେଜେପି ଓ ୬ ସ୍ୱାଧୀନଙ୍କୁ ନେଇ ସରକାର ଗଢ଼ିଲା ବିଜେପି