କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନାହିଁ ବିଜୁ ଜନତା ଦଳ । ଏନଡିଏ ଓ ଇଣ୍ଡି ମେଣ୍ଟ ଠାରୁ ସମଦୂରତାର ଦ୍ବାହି ଦେଇ ଏଭଳି ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଆଜି ବିଜେଡିର ୭ ରାଜ୍ୟସଭା ସାଂସଦ ନିଜ ଗମତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ନାହିଁ। ବିଜେଡିର ଏଭଳି ନିଷ୍ପତ୍ତି ପରେ ନବୀନଙ୍କ ଆଭିମୁଖ୍ୟକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି ।
ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଦେବେ ସଂସଦର ମୋଟ ୭୮୧ ସାଂସଦ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ହେବ । ତେବେ ଭୋଟିଂ ପୂର୍ବରୁ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଛନ୍ତି ଏନ୍ଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନ୍ । ସେପଟେ ସାଂସଦ କିରଣ ରିଜିଜୁଙ୍କ ଘରେ ଏନ୍ଡିଏ ସାଂସଦ ଏକଜୁଟ୍ ହୋଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/09/26-2025-09-09-09-58-11.jpg)