ଆଜି ପ୍ରିୟଙ୍କା ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା ; ୱାୟନାଡ ଲୋକସଭା ପାଇଁ ଚାଲିଛି ମତଦାନ

୧୦ ରାଜ୍ୟର ୩୧ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ । କେରଳ ୱାୟନାଡ଼ ଲୋକସଭା ପାଇଁ ମତଦାନ । କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା ।

8pg

କନକ ବ୍ୟୁରୋ : ଆଜି ୧୦ ରାଜ୍ୟର ୩୧ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ । କେରଳ ୱାୟନାଡ଼ ଲୋକସଭା ପାଇଁ ଚାଲିଛି ଭୋଟିଂ । ଏହି ଆସନରୁ ନିର୍ବାଚନ ଲଢୁଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । 


ଲୋକସଭା ନିର୍ବାଚନରେ ଉଭୟ ୱାୟନାଡ଼ ଓ ରାୟବରେଲିରୁ ଲଢ଼ି ବିଜୟୀ ହୋଇଥିଲେ ରାହୁଲ । ଆଉ ରାୟବରେଲିର ସାଂସଦ ହେବାକୁ ବାଛିଥିଲେ ଓ ୱାୟନାଡ଼ ଆସନ ନିଜ ଭଉଣୀ ପ୍ରିୟଙ୍କାଙ୍କ ପାଇଁ ଛାଡ଼ିଥିଲେ । ଏବେ ୱାୟନାଡ଼ ଆସନରୁ ଲଢୁଛନ୍ତି ପ୍ରିୟଙ୍କା । ପ୍ରିୟଙ୍କାଙ୍କୁ ବିଜୟୀ କରିବା ପାଇଁ ୱାୟନାଡ଼ରେ ମାରାଥନ୍ ପ୍ରଚାର କରିଥିଲେ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଜି ଚାଲିଛି ପ୍ରିୟଙ୍କାଙ୍କ ଭାଗ୍ୟ ପରୀକ୍ଷା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe