କନକ ବ୍ୟୁରୋ : ଆଜି ୧୦ ରାଜ୍ୟର ୩୧ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ । କେରଳ ୱାୟନାଡ଼ ଲୋକସଭା ପାଇଁ ଚାଲିଛି ଭୋଟିଂ । ଏହି ଆସନରୁ ନିର୍ବାଚନ ଲଢୁଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ।
ଲୋକସଭା ନିର୍ବାଚନରେ ଉଭୟ ୱାୟନାଡ଼ ଓ ରାୟବରେଲିରୁ ଲଢ଼ି ବିଜୟୀ ହୋଇଥିଲେ ରାହୁଲ । ଆଉ ରାୟବରେଲିର ସାଂସଦ ହେବାକୁ ବାଛିଥିଲେ ଓ ୱାୟନାଡ଼ ଆସନ ନିଜ ଭଉଣୀ ପ୍ରିୟଙ୍କାଙ୍କ ପାଇଁ ଛାଡ଼ିଥିଲେ । ଏବେ ୱାୟନାଡ଼ ଆସନରୁ ଲଢୁଛନ୍ତି ପ୍ରିୟଙ୍କା । ପ୍ରିୟଙ୍କାଙ୍କୁ ବିଜୟୀ କରିବା ପାଇଁ ୱାୟନାଡ଼ରେ ମାରାଥନ୍ ପ୍ରଚାର କରିଥିଲେ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଜି ଚାଲିଛି ପ୍ରିୟଙ୍କାଙ୍କ ଭାଗ୍ୟ ପରୀକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/13/tphSt8SzmY0h5hBYItQo.jpg)