କନକ ବ୍ୟୁରୋ: ବିହାରର ରୋହତାସ ଜିଲ୍ଲାରେ ଏକ ଅଜଣା ବ୍ୟକ୍ତି ‘କ୍ୟାଟ କୁମାର’ ନାମରେ ଏବଂ ‘କ୍ୟାଟି ବସ୍’ ଓ ‘କାଟିୟା ଦେବୀ’ଙ୍କୁ ପିତା-ମାତା ଭାବେ ଉଲ୍ଲେଖ କରି ଆବାସ ପ୍ରମାଣପତ୍ର ପାଇଁ ଆବେଦନ କରିଛି। ଏହି ଆବେଦନରେ ଏକ ବିଲେଇର ଫଟୋ ମଧ୍ୟ ସାମିଲ ରହିଛି। ଏହା ଜାଣିବା ପରେ ଜିଲ୍ଲାପାଳ ଉଦିତା ସିଂଙ୍କ ନିର୍ଦ୍ଦେଶରେ ନସରିଗଞ୍ଜ ରାଜସ୍ୱ ଅଧିକାରୀ କୌଶଲ ପଟେଲ ଅଜଣା ବ୍ୟକ୍ତିଙ୍କ ବିରୋଧରେ ନସରିଗଞ୍ଜ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅଧିକାରୀମାନେ ଏହାକୁ ସରକାରୀ କାର୍ଯ୍ୟରେ ବାଧା ଓ ସରକାରୀ ପ୍ରଣାଳୀକୁ ହାସ୍ୟାସ୍ପଦ କରିବାର ଉଦ୍ୟମ ବୋଲି କହିଛନ୍ତି ।
ଚମକାଇ ଦେଲା ବିହାରରେ ଭୋଟର ତାଲିକା ଯାଞ୍ଚ ରିପୋର୍ଟ: ଟ୍ରମ୍ପଙ୍କ ପରେ ଏବେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା
ଏହି ଆବେଦନରେ ଏକ ବିଲେଇର ଫଟୋ ମଧ୍ୟ ସାମିଲ ରହିଛି। ଏହା ଜାଣିବା ପରେ ଜିଲ୍ଲାପାଳ ଉଦିତା ସିଂଙ୍କ ନିର୍ଦ୍ଦେଶରେ ନସରିଗଞ୍ଜ ରାଜସ୍ୱ ଅଧିକାରୀ କୌଶଲ ପଟେଲ ଅଜଣା ବ୍ୟକ୍ତିଙ୍କ ବିରୋଧରେ ନସରିଗଞ୍ଜ ଥାନାରେ ଏକ ମାମଲା ରୁଜୁ କରିଛନ୍ତି।
/kanak/media/media_files/2025/08/11/cat-2025-08-11-15-34-18.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)