କନକ ବ୍ୟୁରୋ: ଲୋକଙ୍କୁ ମିଳିବ ନୂଆ ଭୋଟର ଆଇଡି କାର୍ଡ । ଯେଉଁ ଯେଉଁ ଜାଗାରେ ଏବେ ନିର୍ବାଚନ କମିସନ ଏସଆଇଆର କରିବେ, ତା ପରେ ସେଠାରେ ଭୋଟରମାନଙ୍କୁ ନୂଆ ଭୋଟର ପରିଚୟପତ୍ର ଦିଆଯିବ । ଅର୍ଥାତ ବିହାରରେ ଏସଆଇଆର ପ୍ରକ୍ରିୟା ଶେଷ ହେବା ପରେ ସେଠାରେ ମଧ୍ୟ ଭୋଟରମାନଙ୍କୁ ନୂଆ ଭୋଟର ଆଇଡି କାର୍ଡ ଯୋଗାଇ ଦିଆଯିବା ନେଇ ପ୍ରସ୍ତୁତି ଚାଲିଛି । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ନିର୍ବାଚନ ଆୟୋଗର ସୂତ୍ରରୁ ପ୍ରକାଶିତ ରିପୋର୍ଟ ମୁତାବକ, ବିହାରରେ ଏସଆଇଆର ସମୟରେ ଭୋଟରମାନଙ୍କୁ ନୂଆ ଫଟୋ ଅପଡେଟ୍ କରିବାକୁ କୁହାଯାଇଛି । ଯାହାକି ନୂଆ ଭୋଟର ଆଇଡି କାର୍ଡ ତିଆରି ସମୟରେ ବ୍ୟବହାର ହେବ ବୋଲି କୁହାଯାଉଛି । ବର୍ତ୍ତମାନ ସମୟରେ ବିହାରରେ ଯେଉଁ ଭୋଟର ସୂଚୀ ପ୍ରସ୍ତୁତ କରାଯାଇଛି, ସେଥିରେ ରାଜ୍ୟରେ ମୋଟ ୭.୨୪ କୋଟି ଭୋଟର ଥିବା ଜଣାପଡ଼ିଛି । ତେବେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଅନ୍ତିମ ଭୋଟର ଲିଷ୍ଟ ଜାରି କରାଯିବ ।
ଜାଣିରଖିବା ଉଚିତ ଯେ, ବିହାରରେ ବିଧାନସଭା ନିର୍ବାଚନ ଅକ୍ଟୋବର-ନଭେମ୍ବର ମାସରେ ହେବାକୁ ଯାଉଛି । ଯେଉଁଥିପାଇଁ ନିର୍ବାଚନ ଆୟୋଗ ଏବେ ଏସଆଇର ପ୍ରକ୍ରିୟା ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/02/voter-id-card-2025-09-02-12-21-49.jpg)