କନକ ବ୍ୟୁରୋ: ବିହାରରେ ଭୋଟର ଅଧିକାର ଯାତ୍ରା ଚାଲିଛି । ଏହି ଅବସରରେ ଏକ ମଞ୍ଚରେ ବସିଥିବାବେଳେ ବାହାଘରକୁ ନେଇ ରାହୁଲ କହିଲେ ଏଭଳି କିଛି କଥା ଯାହାକୁ ନେଇ ଉଭୟ ତେଜସ୍ବୀ ଓ ରାହୁଲ ଗାନ୍ଧୀ ହସିଲେ ।
ଭୋଟର ଅଧିକାର ଯାତ୍ରା ମଝିରେ ଅରରିୟାରେ ଆୟୋଜିତ ହୋଥଥିଲା ଏକ ସାମ୍ବାଦିକ ସମ୍ମିଳନୀ । ତେଜସ୍ବୀ ଯାଦବଙ୍କୁ ଚିରାଗ ପାସୱାନଙ୍କ ବାବଦରେ ପ୍ରଶ୍ନ ପଚାରିଥିଲେ । କହିଥିଲେ, ’ଚିରାଗ ପାସୱାନ କହୁଛନ୍ତି ତେଜସ୍ବୀ କଂଗ୍ରେସରେ ପଛରେ ପଡ଼ିଗଲେଣି’। ଏହାର ଉତ୍ତରରେ ତେଜସ୍ବୀ କରହିଥିଲେ, ’ମୁଁ ମୁଦ୍ଦାକୁ ନେଇ କହିବାକୁ ଚାହେ ହେଲେ ଚିରାଗ କୌଣସି ପ୍ରସଙ୍ଗ ନୁହନ୍ତି । ମୁଁ ଜନତାଙ୍କ ହନୁମାନ ହେଲେ ସେ ବ୍ୟକ୍ତିବିଶେଷଙ୍କ ହୁନମାନ ସାଜିଛନ୍ତି। ଚିରାଗ ଆଜିକା ଦିନରେ କିଛି ପ୍ରସଙ୍ଗ ନୁହନ୍ତି । ଆଜି ପ୍ରସଙ୍ଗ ହେଉଛି ଗଣତନ୍ତ୍ର । ଗଣତନ୍ତ୍ରର ହତ୍ୟା କରାଯାଉଛି ଏବଂ ସମ୍ବିଧାନକୁ ପରିବର୍ତ୍ତନ କରାଯାଉଛି ।ଏପରି ସ୍ଥିତିରେ ତାଙ୍କ ଉପରେ ମୁଁ କୌଣସି ଟିପ୍ପଣୀ ଦେବାକୁ ଚାହୁନି । କିନ୍ତୁ ହଁ ଯେହେତୁ ସେ ମୋର ବଡ଼ ଭାଇ ତେଣୁ ତାଙ୍କୁ ମୋର ପରାମର୍ଶ ସେ ଯଥାଶୀଘ୍ର ବିବିହ କରିବା ଉଚିତ ।
ତେଜସ୍ବୀଙ୍କ ଏଭଳି କଥା ଶୁଣି ତାଙ୍କ ପାଖରେ ବସିଥିବା ରାହୁଲ ଗାନ୍ଧୀ ହସିଥିଲେ । ଏବଂ କହିଥିଲେ, ଏ ବିବାହ କଥାଟା ମୋ ଉପରେ ବି ଲାଗୁ ହେଉଛି ।ଏହି କଥାକୁ ନେଇ ତେଜସ୍ବୀ ଓ ରାହୁ ଗାନ୍ଧୀ ହସିବାର ଦେଖିବାର ମିଳିଥିଲା।