ଭିନ୍ନ ମୋଡ଼ ନେଲା ଭୋଟ୍ ଜାଲିଆତି ବିବାଦ : ସିଇସିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ କି ବିରୋଧୀ?

ଗତ କିଛି ନିର୍ବାଚନରେ ଭୋଟ ଚୋରି ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରି ଆସୁଛନ୍ତି । ଯାହାକୁ ନିର୍ବାଚନ କମିସନ ପକ୍ଷରୁ ଖଣ୍ଡନ କରି ସତ୍ୟପାଠ ଦାଖଲ କିମ୍ୱା ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କୁହାଯାଇଛି ।

EC

EC Photograph: (KanakNews)

କନକ ବ୍ୟୁରୋ : ଭୋଟ୍ ଜାଲିଆତି ଅଭିଯୋଗ ଓ ବିବାଦ ମଧ୍ୟରେ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ବିରୋଧୀ ଇଣ୍ଡିମେଣ୍ଟ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ସମ୍ୱିଧାନ ଅନୁଯାୟୀ, ବିଚାରପତିଙ୍କ ଭଳି ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣି ମୁଖ୍ୟ ନିର୍ବାଚନ କମିସନରଙ୍କୁ ବହିଷ୍କାର କରାଯାଇପାରିବ । ଗତ କିଛି ନିର୍ବାଚନରେ ଭୋଟ ଚୋରି ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରି ଆସୁଛନ୍ତି । ଯାହାକୁ ନିର୍ବାଚନ କମିସନ ପକ୍ଷରୁ ଖଣ୍ଡନ କରି ସତ୍ୟପାଠ ଦାଖଲ କିମ୍ୱା ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କୁହାଯାଇଛି । ଏହାପରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡିମେଣ୍ଟ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଯୋଜନା କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ବିଜେପି ପାଇଁ ନିର୍ବାଚନ କମିସନ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ହରିୟାଣାରେ ଭୋଟ୍ ଚୋରି କରିଥିବା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବାରମ୍ୱାର ଅଭିଯୋଗ କରିଆସୁଛନ୍ତି । ଏହାପରେ ନିର୍ବାଚନ କମିସନ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । 

ମହାଭିଯୋଗ ପ୍ରସ୍ତାବ ଯୋଜନା  
ସିଇସିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଯୋଜନା  
ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଇଣ୍ଡିମେଣ୍ଟର ମହାଭିଯୋଗ ପ୍ରସ୍ତାବ ଯୋଜନା
ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଯୋଜନା
ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଅଭିଯୋଗକୁ ସିଇସିଙ୍କ ଖଣ୍ଡନ
ଏହାପରେ ସିଇସିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଯୋଜନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe