କନକ ବ୍ୟୁରୋ: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ । ହ୍ବାଇଟ୍ ହାଉସରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଦୀର୍ଘ ସାଢ଼େ ୩ ବର୍ଷ ଧରି ଚାଲିଥିବା ଋଷ -ୟୁକ୍ରେନ ଯୁଦ୍ଧର ପରିସମାପ୍ତି ପାଇଁ ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି ଟ୍ରମ୍ପ । 

Advertisment

୩ ଦିନ ତଳେ ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଟ୍ରମ୍ପ ଆଲୋଚନା କରିଥିଲେ । ଏହାପରେ ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି ଟ୍ରମ୍ପ । ଯୁଦ୍ଧ ବନ୍ଦ ପାଇଁ ପୁଟିନ୍ ଚାହୁଥିବା ଜେଲେନସ୍କିଙ୍କୁ ଅବଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଉଭୟ ଟ୍ରମ୍ପ ଓ ଜେଲେନସ୍କି ପୁଟିନଙ୍କ ସହ ମିଶି ତ୍ରିପାକ୍ଷିକ ଆଲୋଚନା କରିବା ପାଇଁ ସହମତି ପ୍ରକାଶ କରିଛନ୍ତି  । ଯୁଦ୍ଧର ପରିସମାପ୍ତି ଶ୍ରୀଘ୍ର ହେବା ଆବଶ୍ୟକ ବୋଲି କହିଛନ୍ତି ଟ୍ରମ୍ପ । ଯୁଦ୍ଧ ବନ୍ଦ ହେଲେ ୟୁକ୍ରେନକୁ କେବଳ ଆମେରିକା ନୁହେଁ, ଅନ୍ୟ ୟୁରୋପୀୟ ଦେଶଗୁଡିକ ମଧ୍ୟ ସୁରକ୍ଷା ଯୋଗାଇଦେବେ । 

ୟୁକ୍ରେନ- ଋଷ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ପାଇଁ ହ୍ବାଇଟ୍ ହାଉସରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେୟର ଷ୍ଟାରମର, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଜର୍ମାନ ଚାନସେଲର ଫ୍ରେଡରିକ୍ ମର୍ଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଫିନଲାଣ୍ଡ ରାଷ୍ଟ୍ରପତି ପ୍ରମୁଖ ପହଞ୍ଚିଥିଲେ । ଟ୍ରମ୍ପ ଓ ଜେଲେନସ୍କିଙ୍କ ସହ ସେମାନଙ୍କର ମଧ୍ୟ ଆଲୋଚନା ହୋଇଥିଲା । ଜେଲେନସ୍କିଙ୍କ ସହ ଆଲୋଚନା କରିବା ପରେ ଟ୍ରମ୍ପ ୟୁରୋପୀୟ ନେତା ମାନଙ୍କ ସହ ଫଟୋ ଉଠାଇଥିଲେ ।