ଋଷରେ ଆଗ୍ନେୟ ଉଦଗୀରଣ, ଭୂକମ୍ପ ପରେ ଥମୁନି ପ୍ରାକୃତିକ ବିପର୍ଯ୍ୟୟ

ଋଷରେ କାମଚଟ୍‌କାରେ ଭୟଙ୍କର ଆଗ୍ନେୟ ଉଦଗୀରଣ  । ୬୦୦ ବର୍ଷ ପରେ କ୍ରାଶେନିନିକୋଭ୍‌ରେ ପ୍ରଥମ ବିସ୍ଫୋରଣ ।  ୬ ହଜାର ମିଟର ଉଚ୍ଚ ଉଠିଲା ଧୂଆଁ ଓ ପାଉଁଶ । ୪ ଦିନ ପୂର୍ବ ଭୂକମ୍ପ ପାଇଁ ଆଗ୍ନେୟ ଉଦ୍‌ଗୀରଣ ହୋଇଥିବା ସୂଚନା ।

2025_08_03_165062_1754207714._large

କନକ ବ୍ୟୁରୋ: ଋଷର କାମଚଟ୍‌କାରେ ଭୟଙ୍କର ଆଗ୍ନେୟ ଉଦ୍‌ଗୀରଣ । ୬୦୦ ବର୍ଷ ପରେ କ୍ରାଶେନିନିକୋଭ୍‌ରେ ପ୍ରଥମ ବିସ୍ଫୋରଣ । ଆଗ୍ନେୟ ଉଦ୍‌ଗୀରଣ ଫଳରେ ୬ ହଜାର ମିଟର ଉଚ୍ଚ ଧୂଆଁ ଓ ପାଉଁଶ ଉଠୁଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । କାମଚଟ୍‌କା ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ନିକଟ ଅଞ୍ଚଳର ଲୋକଙ୍କୁ ସୁରକ୍ଷା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । କାମଚଟ୍‌କାରେ ବିମାନ ସେବା ମଧ୍ୟ ବନ୍ଦ ରହିଛି ଏବଂ ଆକାଶ ମାର୍ଗକୁ ବି ବନ୍ଦ କରାଯାଇଛି । 

ସୂଚନା ଅନୁସାରେ, ଅଗଷ୍ଟ ୨ ତାରିଖରେ କ୍ରାଶେନିନିକୋଭ୍‌ରେ ଆଗ୍ନେୟ ଉଦ୍‌ଗୀରଣ ହୋଇଥିଲା । ତେବେ ଏହାର ୪ ଦିନ ପୂର୍ବରୁ ହୋଇଥିବା ତୀବ୍ର ଭୂକମ୍ପ ପାଇଁ ଆଗ୍ନେୟ ଉଦ୍‌ଗୀରଣ ହୋଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । କାମଚଟ୍‌କାରେ ୮.୮ ତୀବ୍ରତାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଯାହା ବିଶ୍ବର ଷଷ୍ଠ ଶକ୍ତିଶାଳୀ ଭୂକମ୍ପ ଥିଲା । ଏହା ପରେ ସୁନାମୀ ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଏବେ ଆଗ୍ନେୟ ଉଦ୍‌ଗୀରଣ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe