ଜମି ପାଇଁ ହଣାକଟା ; ମଞ୍ଚେଶ୍ୱର ବରିମୁଣ୍ଡ ଗାଁରେ ପତି, ପତ୍ନୀଙ୍କୁ ଆକ୍ରମଣ

ରାଜଧାନୀରେ ଜମି ବିବାଦକୁ ନେଇ ଆକ୍ରମଣ । ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଗାଁର ସନ୍ତୋଷ ପଣ୍ଡାଙ୍କୁ ଆକ୍ରମଣ ନେଇ ଥାନାରେ ପତ୍ନୀଙ୍କ ଏତଲା ।

47h

କନକ ବ୍ୟୁରୋ: ରାଜଧାନୀରେ ଜମି ବିବାଦକୁ ନେଇ ଆକ୍ରମଣ । ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଗାଁର ସନ୍ତୋଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ଜମିବାଡି ବିବାଦକୁ କେନ୍ଦ୍ର କରି ସନ୍ତୋଷ ପଣ୍ଡାଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ଗକକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ସନ୍ତୋଷଙ୍କୁ ଉଠାଇ ନେଇଥିଲେ । ଜରିପାଟଣା ଛକରୁ ଉଠାଇ ନେବା ସହ ଗଣ୍ଡରପୁର ନଦୀ ପଠାକୁ ନେଇ ଆକ୍ରମଣ କରିଥିଲେ। ଲୁହା ରଡ଼ ଓ ଶାବଳରେ ପିଟିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ମମତା । 

ସେପଟେ ଅପହରଣ କରି ନେବା ବେଳେ ଗାଡ଼ିର ଭିଡିଓ ମଧ୍ୟ ସିସିଟିଭିରେ କଏଦ ହୋଇଛି । ଏକ ଧଳା ରଙ୍ଗର ସ୍କର୍ପିଓ ଗାଡ଼ିର ନମ୍ବର ପ୍ଲେଟରେ ବ୍ଲାକ ଟେପ ଲଗାଇ ସନ୍ତୋଷଙ୍କୁ ଅପହରଣ କରିଥିଲେ ଅଭିଯୁକ୍ତ । ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe