କନକ ବ୍ୟୁରୋ: ରାଜଧାନୀରେ ଜମି ବିବାଦକୁ ନେଇ ଆକ୍ରମଣ । ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଗାଁର ସନ୍ତୋଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ଜମିବାଡି ବିବାଦକୁ କେନ୍ଦ୍ର କରି ସନ୍ତୋଷ ପଣ୍ଡାଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ଗକକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ସନ୍ତୋଷଙ୍କୁ ଉଠାଇ ନେଇଥିଲେ । ଜରିପାଟଣା ଛକରୁ ଉଠାଇ ନେବା ସହ ଗଣ୍ଡରପୁର ନଦୀ ପଠାକୁ ନେଇ ଆକ୍ରମଣ କରିଥିଲେ। ଲୁହା ରଡ଼ ଓ ଶାବଳରେ ପିଟିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ମମତା ।
ସେପଟେ ଅପହରଣ କରି ନେବା ବେଳେ ଗାଡ଼ିର ଭିଡିଓ ମଧ୍ୟ ସିସିଟିଭିରେ କଏଦ ହୋଇଛି । ଏକ ଧଳା ରଙ୍ଗର ସ୍କର୍ପିଓ ଗାଡ଼ିର ନମ୍ବର ପ୍ଲେଟରେ ବ୍ଲାକ ଟେପ ଲଗାଇ ସନ୍ତୋଷଙ୍କୁ ଅପହରଣ କରିଥିଲେ ଅଭିଯୁକ୍ତ । ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/03/dP7sMCoOKogpR575lL8G.jpg)