କନକ ବ୍ୟୁରୋ: ଗଜପତିରେ ସରକାରଙ୍କ ବିଶେଷ ପଦକ୍ଷେପ। ପିଲାଙ୍କୁ ସ୍ବାବଲମ୍ବୀ ଓ ରାଜ୍ୟରୁ ବେକାରୀ ସମସ୍ୟା ଦୂର କରିବା ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦା ମୂଳକ ଶିକ୍ଷା ପ୍ରଦାନ କରାଯାଉଛି। ଯେଉଁଥିରେ ସିଲେଇ ଠାରୁ ଆରମ୍ଭ କରି ପାଣି ପାଇପ କାମ ପର୍ୟ୍ୟନ୍ତ ସବୁ ଶିକ୍ଷା ଦିଆଯାଉଛି। ଯାହାକୁ ନେଇ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ୍ ଦେଖିବା ଗଜପତି ଜିଲ୍ଲା ମୋହନାରୁ।

Advertisment

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗଜପତି । ଏଠାରେ ଶିଳ୍ପାନୁଷ୍ଠାନ ନାହିଁ । ତେଣୁ ଛାତ୍ରଛାତ୍ରୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଭିନ୍ନ ପଦକ୍ଷେପ ନେଇଛନ୍ତି ସରକାର । ମୋହାନା ବ୍ଳକ ଅନ୍ତର୍ଗତ ଅଡ଼ବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଛି । ପିଲାଙ୍କୁ ସିଲେଇ ଠାରୁ ଆରମ୍ଭ କରି ପାଣି ପାଇପ କାମ, ବିଭିନ୍ନ ଘରୋଇ ଉପକରଣ ପ୍ରସ୍ତୁତି ତାଲିମ ଦିଆଯାଉଛି । 

ପୂର୍ବରୁ ଶିଳ୍ପ ତାଲିମ କେନ୍ଦ୍ରରେ ଏହି ଶିକ୍ଷା ଦିଆଯାଉଥିଲା । ଏବେ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି । ଏଭଳି ଶିକ୍ଷା ଦ୍ବାରା ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା ରଖିଛନ୍ତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ । ରାଜ୍ୟରେ ବେକାରୀ ସମସ୍ୟା ରହିଛି । ପେଟ ପାଇଁ ଅଧିକାଂଶ ଯୁବକ ଯୁବତୀ ଦାଦନ ଖଟିବାକୁ ଚାଲିଯାଉଛନ୍ତି। ତେଣୁ ପିଲାଙ୍କୁ ରୋଜଗାରକ୍ଷମ କରାଇବା ଦିଗରେ ସରକାରଙ୍କ ଏ ପ୍ରୟାସ ସ୍ବାଗତ ଯୋଗ୍ୟ ।