କନକ ବ୍ୟୁରୋ: ଗତ ତିନି ବର୍ଷ ମଧ୍ୟରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ପହଞ୍ଚି ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଗୁରୁବାର ତୁର୍କୀରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ହେବାକୁ ଯାଉଛି, କିନ୍ତୁ ଋଷ ରାଷ୍ଟ୍ରପତି ପୁଟିନ ଏହି ବୈଠକକୁ ଏଡ଼ାଇ ଦେଇପାରନ୍ତି । ସେ ନିଜେ ଯୋଗଦେବା ପରିବର୍ତ୍ତେ ଏକ ପ୍ରତିନିଧିମଣ୍ଡଳୀ ପଠାଇପାରନ୍ତି ବୋଲି ସୂଚନା ମିଳିଛି । 

Advertisment

ଋଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ପାଇଁ ପ୍ରତିନିଧି ଦଳ ଘୋଷଣା କରାଯାଇଛି । ଋଷ ରାଷ୍ଟ୍ରପତିଙ୍କ ସହାୟକ ଭ୍ଲାଦିମିର ମେଡିନସ୍କିଙ୍କୁ ଏହି ବୈଠକର ଦାୟିତ୍ବ ଦିଆଯାଇଛି । ସେ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ । ଋଷର ଉପ-ବୈଦେଶିକ ମନ୍ତ୍ରୀ ମିଖାଏଲ ଗାଲୁଜିନ, ଇଗୋର କୋଷ୍ଟିୟୁକୋଭ ଏବଂ ଉପ-ପ୍ରତିରକ୍ଷା ମନ୍ତ୍ରୀ ଆଲେକଜାଣ୍ଡାର ପ୍ରତିନିଧିମଣ୍ଡଳୀର ଅଂଶ ହେବେ । 

ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ବୁଧବାର ଏହି ବୈଠକ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଋଷିଆର ଉଦ୍ଦେଶ୍ୟ ଉପରେ ସନ୍ଦେହ ପ୍ରକାଶ କରି ଲେଖିଛନ୍ତି, "ଆଜି ତୁର୍କୀରେ ଆମ ଦଳ ଏକ ବୈଠକ କରିଛି, ମୁଁ ଅପେକ୍ଷା କରିଛି ଯେ ଋଷରୁ କିଏ ଆସିବ, ଏହା ପରେ ୟୁକ୍ରେନ୍ ତାର ପରବର୍ତ୍ତୀ ପଦକ୍ଷେପ ନେବ । ଆମେ ଏହା ମଧ୍ୟ ଶୁଣିଛୁ ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ବୈଠକର ଅଂଶ ହୋଇପାରନ୍ତି ।"

ଏହାସହ ଜେଲେନସ୍କି ସେ ସମସ୍ତ ଦେଶକୁ ଧନ୍ୟବାଦ ଦେଇଛନ୍ତି ଯେଉଁମାନେ ଋଷ ଉପରେ ଚାପ ପକାଉଛନ୍ତି । ଜେଲେନ୍ସକି ପୋଷ୍ଟରେ ଲେଖିଛନ୍ତି, "ଋଷ କେବଳ ଯୁଦ୍ଧକୁ ଲମ୍ବା କରୁଛି, ମୁଁ ସେ ସମସ୍ତ ଦେଶ ଏବଂ ନେତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଛି ଯେଉଁମାନେ ଯୁଦ୍ଧ ବନ୍ଦ କରିବା ପାଇଁ ଋଷ ଉପରେ ଚାପ ପକାଉଛନ୍ତି ।