କନକ ବ୍ୟୁରୋ: ଋଷର କଜାନ ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ ପରେ ଧମକ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଯେଉଁମାନେ ତାଙ୍କ ଦେଶକୁ କ୍ଷତି ପହଞ୍ଚାଇଛନ୍ତି ସେମାନଙ୍କୁ ଅଧିକ କ୍ଷତି ରହିବାକୁ ପଡିବ ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍। ପରୋକ୍ଷରେ ପାଶ୍ଚାତ୍ୟ ଦେଶକୁ ଧମକ ଦେଇ ପୁଟିନ କହିଛନ୍ତି ଯେଉଁ ଦେଶ ଋଷର ଧ୍ବଂସ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଅଧିକ ଧ୍ବଂସର ଲୀଳା ଦେଖିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ପୁଟିନ୍। ସେମାନଙ୍କୁ କରିଥିବା କାର୍ୟ୍ୟ ପାଇଁ ପସ୍ତାଇବାକୁ ପଡିବ ବୋଲି କହଛନ୍ତି ପୁଟିନ ।
ଯୁଦ୍ଧ ବନ୍ଦ ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି ନିକଟରେ କହିଥିଲେ ପୁଟିନ୍ । କିନ୍ତୁ ଋଷ ମଧ୍ୟ ୟୁକ୍ରେନର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବା ପରେ ପୁଟିନ ପୁଣି ଧମକ ଦେଇଛନ୍ତି । ୟୁକ୍ରେନକୁ ପାଶ୍ଚାତ୍ୟ ଦେଶମାନେ ଏଭଳି ଡ୍ରୋନ ପ୍ରଦାନ କରିଛନ୍ତି । ଯେଉଁଥିରେ ୟୁକ୍ରେନ ଋଷର କଜାନ ଉପରେ ବଡ଼ ଧରଣର ଆକ୍ରମଣ କରିଛି। । ଏହାରି ଭିତରେ କଜାନ ଏୟାରପୋର୍ଟକୁ ଖୋଲିଦିଆଯାଇଛି । ଯାହା ଗତକାଲିଠାରୁ ବନ୍ଦ ରହିଥିଲା । ସେହିପରି କଜାନରେ ଅନ୍ୟାନ୍ୟ ସେବା ସ୍ବାଭାବିକ ହେବାରେ ଲାଗିଛି । ତେବେ ରୁଷ ସେନା ସତର୍କ ରହିଥିବା ସୂଚନା ଦେଇଛି ମସ୍କୋ ।
ଋଷରେ ୯/୧୧ ପରି ଆକ୍ରମଣ କରିଥିଲା ୟୁକ୍ରେନ୍ । ରୁଷିଆର କଜାନ ଅଞ୍ଚଳରେ ଥିବା ଅନେକ ବହୁତଳ କୋଠାରେ କିଲର ଡ୍ରୋନ ମାଡ଼ କରାଯାଇଥିଲା । ୩ଟି ବଡ଼ ବଡ଼ ବିଲଣ୍ଡିରେ ୟୁଏଭି ବା ‘ଅନମ୍ୟାନଡ ଏରିଅଲ ଭେଇକଲ’ରେ ଏହି ଆକ୍ରମଣ ହୋଇଥିଲା । ଏହି ଡ୍ରୋନଟି ପ୍ରାୟ ୧ହଜାର କିଲୋମିଟର ଯାତ୍ରା କରି ଆସିବା ପରେ କଜାନର ବିଭିନ୍ନ କୋଠାରେ ମାଡ଼ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)