କନକ ବ୍ୟୁରୋ: ଭି.କେ ପାଣ୍ଡିଆନ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବିଜେଡିର ପୂର୍ବତନ ନେତା । ହେଲେ ଏବେ ତାଙ୍କୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି । କାରଣ ସେ ରାଜନୀତିରୁ ସନ୍ନ୍ୟାସ ନେବା ପରେ ଏବେ ବି ନବୀନ ନିବାସରେ ରହୁଥିବା ନେଇ ଚର୍ଚ୍ଚା ଚାଲିଛି । ଖାଲି ଏତିକି ନୁହେଁ ବରଂ ସେ ଏବେ ବି ବିଜେଡି ନେତାଙ୍କ ସହ ଆଲୋଚନା କରୁଥିବା ଖବର ଅନେକ ସମୟରେ ଆସିଛି । ତେବେ ସେ ଆଇଏଏସ୍ ଚାକିରି ଛାଡ଼ିବା ପରେ ଏବେ ବିଦେଶରେ ଯାଇ ଚାକିରି କରିବେ ବୋଲି କୁହାଯାଉଛି ।
ପୁଣି ଚର୍ଚ୍ଚାରେ ପାଣ୍ଡିଆନ
ଦେଶ ଛାଡ଼ିବା ନେଇ ବଢିଲା ଚର୍ଚ୍ଚା
ରାଜନୀତିରୁ ସନ୍ନ୍ୟାସ ନେଇ ବିଦେଶରେ କରିବେ ଚାକିରି
ଓଡ଼ିଶା ଛାଡ଼ି ବିଦେଶ ଯିବେ ପାଣ୍ଡିଆନ
ସେଇଠି କରିବେ ଚାକିରି
ଜାତୀୟ ଗଣମାଧ୍ୟମରେ ବଢିଲା ଚର୍ଚ୍ଚା
ଓଡ଼ିଶା ଛାଡ଼ିପାରନ୍ତି ବିଜେଡିର ପୂର୍ବତନ ନେତା ଭି.କେ ପାଣ୍ଡିଆନ । ରାଜନୀତିରୁ ସନ୍ନ୍ୟାସ ନେଇଥିବା ପାଣ୍ଡିଆନ ଖୁବଶୀଘ୍ର ନବୀନ ନିବାସ ଛାଡି ନୂଆ କର୍ମ ସଂସ୍ଥାନରେ ଯୋଗ ଦେବେ ବୋଲି ପଲ୍ଲୀରୁ ଦିଲ୍ଲୀ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୪ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପଛର ଚେହେରା ସାଜିଥିବା ଭି.କେ ପାଣ୍ଡିଆନ ଖୁବଶୀଘ୍ର ବିଜେଡି ସହ ସମ୍ପର୍କ ତୁଟାଇ ପାରନ୍ତି ।
ପାଣ୍ଡିଆନ ନବୀନ ନିବାସ ଛାଡ଼ିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭି.କେ ପାଣ୍ଡିଆନ ଓଡ଼ିଶା ଛାଡି ଏକ ଅର୍ନ୍ତଜାତୀୟ ସଂସ୍ଥାରେ କାମ କରିବେ ବୋଲି ପାଗ ଭିଡ଼ୁଛନ୍ତି । ଅବଶ୍ୟ ଏନେଇ ପାଣ୍ଡିଆନ କିମ୍ବା ବିଜେଡି ନେତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ହେଲେ ବି ଚର୍ଚ୍ଚା ହେଉଛି କି ସେ ବିଜେଡିରେ ଆଗପରି ଆଉ ସକ୍ରିୟ ନାହାନ୍ତି । ତେଣୁ ବିଦେଶ ଯାଇ ଚାକିରି କରିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ସତ ବି ହୋଇପାରେ ମିଛ ବି ହୋଇପାରେ ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଗତବର୍ଷ ଜୁନ୍ ୯ ତାରିଖରେ ବିଜେଡିର ନିର୍ବାଚନ ପରାଜୟର ଦୋଷ ମୁଣ୍ଡାଇ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ଭି.କେ ପାଣ୍ଡିଆନ । ନିର୍ବାଚନ ସମୟରେ ଦଳର ପୋଷ୍ଟରବୟ ଥିବା ପାଣ୍ଡିଆନ ନିର୍ବାଚନ ପରେ ସତେ ଯେମିତି ଅଜ୍ଞାତବାସକୁ ଚାଲିଯାଇଥିଲେ । କାଁ ଭାଁ ସାମାଜିକ କାର୍ଯ୍ୟକ୍ରମକୁ ଛାଡିଦେଲେ ପାଣ୍ଡିଆନ ସର୍ବସମ୍ମୁଖକୁ ହିଁ ଆସୁନଥିଲେ । କିନ୍ତୁ ନବୀନ ନିବାସରୁ ରହି ଦଳକୁ ଅପରେଟ୍ କରୁଥିବା ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ବିଜେଡି ଭିତରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା। କିଛି ବରିଷ୍ଠ ନେତା ମେଳି କରି ପାଣ୍ଡିଆନଙ୍କୁ ଜୋରଦାର ବିରୋଧ କରିବା ସହ ନବୀନଙ୍କ ନିକଟରେ ଫେରାଦ ହୋଇଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ହେଉଥିଲା । ତେଣୁ ଦଳରେ ବଡ ବିସ୍ଫୋରଣ ହେବା ପୂର୍ବରୁ ପାଣ୍ଡିଆନଙ୍କୁ ନେଇ ଏଭଳି ଚର୍ଚ୍ଚା ରାଜ୍ୟ ରାଜନୀତିକୁ ରୋଚକ କରିଛି । ତେବେ ସମୟ କହିବ ପାଣ୍ଡିଆନ ସତରେ ବିଦେଶରେ ଯାଇ ଚାକିରି କରୁଛନ୍ତି ନା କେବଳ ଚର୍ଚ୍ଚା ହେଉଛି ।