ପର୍ଯ୍ୟଟନ ବିକାଶରେ ପାଣ୍ଡିଆନ କଣ୍ଟା: ନାଁ ନନେଇ ବର୍ଷିଲେ ପ୍ରଭାତୀ ପରିଡ଼ା

Advertisment

ପର୍ଯ୍ୟଟନ ବିକାଶରେ  କିଏ ସାଜୁଛି କଣ୍ଟା ।  ଏଥିପାଇଁ ନାଁ ନ ନେଇ ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଭାତୀ ପରିଡା କହିଛନ୍ତି, ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଆଗକୁ ବଢାଇବାକୁ ପୁରା ପ୍ରଶାସନିକ ବିଧି ବ୍ୟବସ୍ଥା ଲାଗିଯାଇଥିଲା ।

ପର୍ଯ୍ୟଟନ ବିକାଶରେ  କିଏ ସାଜୁଛି କଣ୍ଟା ।  ଏଥିପାଇଁ ନାଁ ନ ନେଇ ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଭାତୀ ପରିଡା କହିଛନ୍ତି, ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଆଗକୁ ବଢାଇବାକୁ ପୁରା ପ୍ରଶାସନିକ ବିଧି ବ୍ୟବସ୍ଥା ଲାଗିଯାଇଥିଲା ।

7PM3PP

Photograph: (KANAK NEWS)

କନକ ବ୍ୟୁରୋ: ପର୍ଯ୍ୟଟନ ବିକାଶରେ  କିଏ ସାଜୁଛି କଣ୍ଟା ।  ଏଥିପାଇଁ ନାଁ ନ ନେଇ ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଭାତୀ ପରିଡା କହିଛନ୍ତି, ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଆଗକୁ ବଢାଇବାକୁ ପୁରା ପ୍ରଶାସନିକ ବିଧି ବ୍ୟବସ୍ଥା ଲାଗିଯାଇଥିଲା । ପାଲଟା ଜବାବ ଦେଇ ବିଜେଡି କହିଛନ୍ତି, ସରକାର ଠିକ ଭାବେ କାମ କରିନପାରିବାରୁ ଏଭଳି ବୟାନବାଜି କରୁଛନ୍ତି ।  

ବିଜେଡି ଅମଳରେ ପର୍ଯ୍ୟଟନର ପ୍ରଚାର ନୁହେଁ ପାଣ୍ଡିଆନଙ୍କ କଳେବର ବୃଦ୍ଧି ପାଇଁ ପାଣି ଭଳି ଖର୍ଚ୍ଚ ହେଉଥିଲା ଟଙ୍କା। ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଆଗକୁ ବଢାଇବାକୁ ଲାଗିଥିଲା ପୁରା ପ୍ରଶାସନିକ ବିଧି ବ୍ୟବସ୍ଥା। ଦଳୀୟ କର୍ମୀଙ୍କୁ ଶାଗମାଛ ଦରରେ ପର୍ଯ୍ୟଟନ ସ୍ଥଳୀକୁ ଟେକି ଦେଇଥିଲେ ତତ୍କାଳୀନ ନବୀନ ସରକାର। ନାଁ ନନେଇ କିଛି ଏଭଳି ଢଙ୍ଗରେ ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବେ କୌଣସି ବ୍ୟକ୍ତିଙ୍କର ନୁହେଁ ପର୍ଯ୍ୟଟନ କ୍ଷେତ୍ରର ପ୍ରକୃତ ବିକାଶ କରାଯିବ, ନିବେଶକଙ୍କୁ ଆକୃଷ୍ଟ କରାଯିବ। ୮ ହଜାର ୧୫୩ କୋଟିର ନିବେଶ ଫାଇଲ କ୍ଲିୟରାନ୍ସ ଦ୍ରୁତଗତିରେ ଚାଲିଛି। ଭିତ୍ତିଭୂମିର ବିକାଶ ପାଇଁ ୩୦୦କୋଟି ପ୍ରଦାନ କରାଯାଇଛି। ଫଳରେ ଅଧପନ୍ତରିଆ ହୋଇ ପଡ଼ିରହିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।

ପର୍ଯ୍ୟଟନର ବିକାଶ ପ୍ରସଙ୍ଗରେ ପାଣ୍ଡିଆନଙ୍କୁ ପ୍ରଭାତୀଙ୍କ ଟାର୍ଗେଟ ପରେ ଏହାର ଜବାବ ରଖିଛି ବିଜୁ ଜନତା ଦଳ। ପର୍ଯ୍ୟଟନର ଯାହା ବି ବିକାଶ ବିଜେଡ଼ି ସରକାର ସମୟରେ ହିଁ ହୋଇଛି। ବର୍ତ୍ତମାନର ସରକାର ନିଜ କାର୍ଯ୍ୟ ସଠିକ୍ ଭାବେ କରିପାରୁନାହାଁନ୍ତି, କେବଳ ରାଜନୈତିକ ଅଭିସନ୍ଧି ରଖି ଏଭଳି ବୟାନବାଜି କରୁଥିବା କହିଛନ୍ତି ବିଜେଡ଼ି ବିଧାୟକ ଶାରଦା ଜେନା।

ବିଜେଡ଼ି ସରକାର ସମୟରେ ଫାଇଭ-ଟି ଅନୁକ୍ରମରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ପ୍ରକଳ୍ପ ହାତକୁ ନିଆଯାଇଥିଲା। ତତ୍କାଳୀନ ଫାଇଭ-ଟି ଅଧ୍ୟକ୍ଷ ରାଜ୍ୟ ତମାମ ବୁଲିବୁଲି ଏହାର ସମୀକ୍ଷା କରୁଥିଲେ। ତେବେ ଏବେ ବି ଅନେକ ପର୍ଯ୍ୟଟନ ସ୍ଥଳୀରେ ବିକାଶ ଅଧାରେ ଅଟକି ରହିଥିବା ବେଳେ ଫାଇଭ-ଟିର କାର୍ଯ୍ୟକାରିତା ନେଇ ଉଠିଛି ପ୍ରଶ୍ନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe