କେବଳ କେନ୍ଦୁଝରରେ ୩ କୋଟି ଖର୍ଚ୍ଚ କରିଛନ୍ତି ପାଣ୍ଡିଆନ । RTI ବଳରେ ଆସିଲା ତଥ୍ୟ ।

Advertisment

ପାଣ୍ଡିଆନଙ୍କ ଦିନିକିଆ କେନ୍ଦୁଝର ଗସ୍ତ ପାଇଁ ଖର୍ଚ୍ଚ ହୋଇଛି ୩ କୋଟି ଟଙ୍କା । ସୋସିଆଲ ମିଡିଆ ରିଲ୍ସ ପାଇଁ ଖର୍ଚ୍ଚ ହୋଇଛି ୫ ଲକ୍ଷ ୧୩ ହଜାର ଟଙ୍କା । ପାଣ୍ଡିଆନଙ୍କ ଗସ୍ତ ନେଇ ଆରଟିଆଇ ଜରିଆରେ ପ୍ରଶ୍ନ କରାଯାଇଥିଲା ।

ପାଣ୍ଡିଆନଙ୍କ ଦିନିକିଆ କେନ୍ଦୁଝର ଗସ୍ତ ପାଇଁ ଖର୍ଚ୍ଚ ହୋଇଛି ୩ କୋଟି ଟଙ୍କା । ସୋସିଆଲ ମିଡିଆ ରିଲ୍ସ ପାଇଁ ଖର୍ଚ୍ଚ ହୋଇଛି ୫ ଲକ୍ଷ ୧୩ ହଜାର ଟଙ୍କା । ପାଣ୍ଡିଆନଙ୍କ ଗସ୍ତ ନେଇ ଆରଟିଆଇ ଜରିଆରେ ପ୍ରଶ୍ନ କରାଯାଇଥିଲା ।

17ି

କନକ ବ୍ୟୁରୋ: ପାଣ୍ଡିଆନଙ୍କ ଦିନିକିଆ କେନ୍ଦୁଝର ଗସ୍ତ ପାଇଁ ଖର୍ଚ୍ଚ ହୋଇଛି ୩ କୋଟି ଟଙ୍କା । ସୂଚନା ଅଧିକାର ଆଇନ୍ ବଳରେ ମିଳିଲା ତଥ୍ୟ । ନିର୍ବାଚନ ପ୍ରଚାର ପୂର୍ବରୁ ନୂଆ ଓ କାର୍ୟ୍ୟକ୍ରମ ପାଇଁ କେନ୍ଦୁଝର ଗସ୍ତ କରିଥିଲେ ପୂର୍ବତନ ବିଜେଡି ନେତା ଭିକେ ପାଣ୍ଡିଆନ୍ । ପାଣ୍ଡିଆନଙ୍କ ଗସ୍ତ ପାଇଁ ହେଲିପ୍ୟାଡ ପ୍ରସ୍ତୁତିରେ ୫ ଲକ୍ଷ ୧୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସୋସିଆଲ ମିଡିଆ ରିଲ୍ସ ପାଇଁ ଖର୍ଚ୍ଚ ହୋଇଛି ୫ ଲକ୍ଷ ୧୩ ହଜାର ଟଙ୍କା । ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ଗସ୍ତ ନେଇ ଆରଟିଆଇ ଜରିଆରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖିଛି କେନ୍ଦୁଝର ଜିଲ୍ଲାପରିଷଦ । ଯେଉଁଠି ତାଙ୍କ ଖର୍ଚ୍ଚ ତାଲିକା ମିଳିଛି । 

ତତ୍କାଳୀନ ସରକାରଙ୍କ ନୂଆ ଓ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିଲେ ପାଣ୍ଡିଆନ । ଏହାକୁ ନେଇ ବିରୋଧୀମାନେ ତୁମ୍ବି ତୋଫାନ ବି କରିଥିଲେ । ପାଣ୍ଡିଆନଙ୍କ ଗସ୍ତ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଏହି ଗସ୍ତ ପାଇଁ ଟଙ୍କା କିଏ ଖର୍ଚ୍ଚ କରୁଛି । କେତେ ଖର୍ଚ୍ଚ ହୋଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।  ବିଶେଷ କରି ସେହି ସମୟରେ ରାଜକୋଷରୁ ଏହି ଅର୍ଥ ଖର୍ଚ୍ଚ ହୋଇଥିବା ନେଇ ବିରୋଧୀ ଅଭିଯୋଗ କରିଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe