କନକ ବ୍ୟୁରୋ: ଓଡିଶା ଚାନ୍ଦିପୁରରେ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଉପସ୍ଥିତ ଅଛନ୍ତି ପୂର୍ବାଞ୍ଚଳ ଡିଆଇଜିଙ୍କ ସମେତ ଏସପି ଓ ଥାନାଧିକାରୀ । ଯେହେତୁ ବତ୍ତର୍ମାନ ସାରା ଦେଶ ପାଇଁ ଏକ ସମ୍ବେଦନଶୀଳ ସମୟ ଚାଲିଛି ତେଣୁ ଓଡିଶା ବି ଏଥିରୁ ବାଦ୍ ପଡୁନି । ଏଠାରେ ରହିଥିବା ପ୍ରତିରକ୍ଷାର ବଡ ବଡ ପ୍ରତିଷ୍ଠାନ ସବୁ ରହିଛି ତେଣୁ ଏସବୁର ସୁରକ୍ଷା ପାଇଁ ସୁରକ୍ଷାକୁ କଡାକଡି କରାଯାଇଛି । କେଉଁଭଳି ରଣନୀତି ଆମେ ନେବା ଦରକାର ତା’ ଉପରେ ଆଲୋଚନା ହେଉଛି। ହୁଏତ ଶତ୍ରୁ ନିଜରରେ ଆଗକୁ ଏସବୁ  ସ୍ଥାନ ରହିପାରେ , ଏହାକୁ ଦୃଷ୍ଟିରେ ରଖି ଆଜିର ଏହି ବୈଠକ ବୋଲି ସୂଚନା ରହିଛି । 
କେବଳ ଚାନ୍ଦିପୁର ନୁହେଁ ରାଜ୍ୟର ବିଭିନ୍ନ ଗୁରୁତ୍ବପୂ୍‌ର୍ଣ ସ୍ଥାନଗୁଡିକୁ ଏବେ ସୁରକ୍ଷା ବଳୟରେ ରଖାଯାଇଛି । ହୀରାକୁଦ ଡ୍ୟାମକୁ ମଧ୍ୟ ସୂରକ୍ଷାରେ ରଖାଯାଇଛି । ଶ୍ରତୁ ପକ୍ଷରୁ ପ୍ରତିଟି ଆକ୍ରମଣାତ୍ମକ ପଦକ୍ଷେପକୁ  ଯେପରି ପ୍ରତିହତ କରିହେବ ସେଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ସତର୍କ ଅଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ  ଏନେଇ କହିଛନ୍ତି । ମୁଖ୍ୟତଃ ! ଓଡିଶାରେ ଯଦିଓ ଆତଙ୍କବାଦ ଆଶଙ୍କା ନାହିଁ କିନ୍ତୁ ଯେହେତୁ ଏଠାରେ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଗୁଡିକ ଅଛି ଏହାକୁ ଆକ୍ରମଣର ଟାର୍ଗେଟରେ ଶତ୍ରୁ ରଖିଥାଇପାରେ ତେଣୁ ଏବେ ଏସବୁ ସ୍ଥାନ ପାଇଁ ସୁରକ୍ଷା ସ୍ତର ସୃଷ୍ଟି କରିବାକୁ ବିଚାର ବିମର୍ଷ ହେଉଛି ।