କନକ ବ୍ୟୁରୋ : ସମ୍ବଲପୁର ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ, ହତ୍ୟାକାଣ୍ଡ ନୁହେଁ । ମାମଲାର ଶୁଣାଣି କରି ହାଇକୋର୍ଟ ଏହି ବଡ଼ ରାୟ ଦେଇଛନ୍ତି । ଏହି ଘଟଣାରେ ଗିରଫ ପୁରୁଷ ବନ୍ଧୁ ପ୍ରିତିମାନ ଦେ’ଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏହା ହତ୍ୟାକାଣ୍ଡ ନୁହେଁ । ହତ୍ୟାକାଣ୍ଡ ନେଇ କୌଣସି ଯଥେଷ୍ଟ ପ୍ରମାଣ ନଥିବା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ପୋଲିସ ଏହି ଘଟଣାକୁ ଆତ୍ମହତ୍ୟା ଦର୍ଶାଇ କୋର୍ଟରେ ତଥ୍ୟ ରଖିଥିଲେ । ପରବର୍ତ୍ତୀ ସମୟରେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଏହା ହତ୍ୟାକାଣ୍ଡ ଦର୍ଶାଇ ପୁନଃ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ ହୋଇଥିଲା । ତେବେ ମାମଲାର ଶୁଣାଣି କରି ଏହା ହତ୍ୟାକାଣ୍ଡ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
ଭିସୁଟ୍ ଛାତ୍ରୀ ମୃତ୍ୟୁ: ପୁରୁଷ ବନ୍ଧୁ ପ୍ରିତିମାନ ଦେ’ଙ୍କୁ ଜାମିନ ପ୍ରଦାନ
ହତ୍ୟାକାଣ୍ଡ ନେଇ କୌଣସି ଯଥେଷ୍ଟ ପ୍ରମାଣ ନଥିବା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ପୋଲିସ ଏହି ଘଟଣାକୁ ଆତ୍ମହତ୍ୟା ଦର୍ଶାଇ କୋର୍ଟରେ ତଥ୍ୟ ରଖିଥିଲେ ।
/kanak/media/media_files/2025/09/27/visut-student-2025-09-27-16-11-29.jpg)